ପଞ୍ଚାୟତ ନିର୍ବାଚନ ଫଳାଫଳ: ଖୋର୍ଦ୍ଧାରେ ୧୦ ଆସନରୁ ୯ଟି ଆସନ ହତେଇଲା ବିଜେଡ଼ି

ରାଜ୍ୟରେ ଚାଲିଛି ପଞ୍ଚାୟତ ନିର୍ବାଚନ ଫଳାଫଳର ଗଣତି । ଗତକାଲି ଠାରୁ ଆରମ୍ଭ ହୋଇଥିବା ଗଣତି ପକ୍ରିୟା ଜାରି ରହିଛି । ବିଜେଡ଼ି ବିରୋଧୀଙ୍କୁ ମାତ ଦେଇ ଆଗେଇ ଚାଲିଥିବା ବେଳେ, ଖୋର୍ଦ୍ଧା ଜିଲ୍ଲାର ୧୦ଟି ଆସନରୁ ୯ଟି ଜୋନରେ ବିଜେଡି ବାଜିମାତ କରିଛି। କେବଳ ଗୋଟିଏ ଜୋନରେ ଦଖଲ କରିବାରେ ବିଜେପି ସକ୍ଷମ ହୋଇଛି ।

ତେବେ ଆସନ୍ତୁ ଜାଣିବା କିଏ ଓ କେଉଁଠି ବିଜୟୀ ହୋଇଛି-

ଖୋର୍ଦ୍ଧା ଜୋନ୍‌ ୧ରୁ ବିଜେଡ଼ି ପ୍ରାର୍ଥୀ ପ୍ରଫୁଲ କୁମାର ଦଳେଇ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ କଡ଼ା ଟକ୍କରରେ ପରାଜିତ କରିଛନ୍ତି । ଚିଲିକା ଜୋନ୍‌ ନମ୍ବର ୪ରୁ ବିଜେଡି ପ୍ରାର୍ଥୀ ମମତା ପାଇକରାୟ ବିଜୟୀ ହୋଇଥିବା ବେଳେ ଜଟଣୀ ଜୋନ୍‌ ନମ୍ବର ୭ରୁ ବିଜେଡିର ମୋହିନୀ ନାୟକ ବିଜୟୀ ହୋଇଛନ୍ତି । ସେହିପରି ଟାଙ୍ଗୀ ଜୋନ୍‌ ନମ୍ବର ୯ରୁ ବିଜେଡିର ମିତାଲି ବଳିୟାରସିଂହ ବିଜୟ ହୋଇଥିବା ବେଳେ ବାଣପୁର ଜୋନ୍‌ର ନମ୍ବର ୧୩ରୁ ବିଜେପି ପ୍ରାର୍ଥୀ ଟିକି ଶବର ବିଜୟୀ ହୋଇଛନ୍ତି ।

ସେପଟେ ବାଲିଅନ୍ତା ଜୋନ୍‌ ୧୬ରୁ ମହେଶ୍ୱର ଦାଶ ବିଜେଡିର ବିଜୟୀ ହୋଇଥିବା ବେଳେ ବାଲିପାଟଣା ଜୋନ୍‌ ୧୯ ନମ୍ବରୁ ବିଜେଡିର ଗଙ୍ଗାଧର ମଲ୍ଲିକ ବିଜୟୀ ହୋଇଛନ୍ତି । ବେଗୁନିଆ ଜୋନ୍‌ ନମ୍ବର ୨୨ରୁ ପ୍ରକାଶ ଚନ୍ଦ୍ର ସାହୁ ବିଜେଡିର ବିଜୟୀ ହୋଇଛନ୍ତି । ବୋଲଗଡ଼ ଜୋନ୍‌ ୨୫ନମ୍ବରରୁ ବିଜେଡି ପ୍ରାର୍ଥୀ ସୁନନ୍ଦିତା ସାହୁ ବିଜୟୀ ହୋଇଥିବା ବେଳେ ଭୁବନେଶ୍ୱର ଜୋନ୍‌ ନମ୍ବର ୨୮ରୁ ବିଜେଡି ପ୍ରାର୍ଥୀ ପ୍ରଭାତ ପରିଡ଼ା ବିଜୟୀ ହୋଇଛି ।

Related Posts