ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଆଜିଠାରୁ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ସକାଳ ୭ଟାରୁ ୋଭଟ ଗ୍ରହଣ ପ୍ରକ୍ରିିୟା ଆରମ୍ଭ ହୋଇଛି । ବୁଥମାନଙ୍କରେ ଭୋଟରମାନଙ୍କ ପ୍ରବଳ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି । ଭୋଟରମାନେ ତାଙ୍କର ମୂଲ୍ୟବାନ ଭୋଟ ଦେଇ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ବାଛିବା ପାଇଁ ଯାଉଛନ୍ତି । ସେପଟେ ପ୍ରଥମ ପର୍ୟ୍ୟାୟରେ ୩୦ ଜିଲ୍ଲାର ୭୧ଟି ବ୍ଲକର ୧ ହଜାର୬୬୯ ଟି ପଂଚାୟତରେ ଭୋଟ ହେଉଛି । ୨୦୦ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଭୋଟ ଗ୍ରହଣ ହେଉଛି । ୨୨ ହଜାର ୩୭୯ ବୁଥରେ ମତଦାନ ଚାଲିଛି ।
ଏଥି ମଧ୍ୟରୁ ୩ ହଜାର ୩୫୭ ବୁଥ୍ ଉତ୍ତେଜନା ପ୍ରବଣ । ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ୨୨୫ ପ୍ଲାଟୁନ୍ ଫୋର୍ସ ଏବଂ ୩୭ ହଜାର ୨୪୫ଜଣ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ମାଲକାନାଗିରିରେ ୫ଶହ ବୁଥ ସମ୍ବେଦନଶୀଳ ଥିବା ବେଳେ ସେଥିରୁ ୧୦୦ଟି ବୁଥ ଅତି ସମ୍ବେଦନଶୀଳ ଭାବେ ଚିହ୍ନଟ ହୋଇଛି। ସେହିପରି କୋରାପୁଟ, ନବରଙ୍ଗପୁର, ନୂଆପଡା, ବଲାଙ୍ଗିର ଭଳି ମାଓପ୍ରବଣ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି ।





