ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୨୮ରୁ ୨୪ ଆସନ ଜିତିବାକୁ ପାଣ୍ଡିଆନଙ୍କ ଦୃଢୋକ୍ତି

ଭୁବନେଶ୍ୱର,୧୪/୫(ସତ୍ୟପାଠ ବ୍ୟୁରୋ):  ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଶେଷ ହେବା ପରେ ଜାତୀୟ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଦମ୍ଭୋକ୍ତି ଦେଖାଇଛନ୍ତି ୫ଟି ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ୨୮ଟି ବିଧାନସଭା ଆସନରୁ ୨୪ଟିରେ ବିଜେଡି ଜିତିବ। ଦୁଇଟି ସିଟରେ କଂଗ୍ରେସ ଓ ଗୋଟିଏ ସିଟରେ ବିଜେପି ସହ ଟକ୍କର ହେବ ବୋଲି କହିଛନ୍ତି ପାଣ୍ଡିଆନ।

ସେହିପରି ୪ଟି ପର୍ଯ୍ୟାୟରେ ସୁଇପ୍‌ କରିବ ବିଜୁ ଜନତା ଦଳ। ଗତଥର ଅପେକ୍ଷା ଏଥର ଲୋକସଭା ନିର୍ବାଚନରେ ବି ବିଜେଡି ଭଲ କରିବ ବୋଲି କହିଛନ୍ତି।

Related Posts