ଶାସକ-ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବିଧାନସଭା ଅଚଳ, ସାଢ଼େ ୧୨ଟା ଯାଏଁ ଗୃହ ମୁଲତବୀ କଲେ ବାଚସ୍ପତି

ଭୁବନେଶ୍ୱର,୭/୨(ସତ୍ୟପାଠ ବ୍ୟୁରୋ): ବିଧାନସଭାରେ ହଙ୍ଗାମା ପାଇଁ ଚାଲି ପାରିଲାନି ପ୍ରଶ୍ନକାଳ । ବଜେଟ ଅଧିବେଶନର ତୃତୀୟ ଦିନରେ ଆଜି ବିଜେଡି ଉଠାଇଲା ପରୀ ପ୍ରସଙ୍ଗ । ଏହା ସାଙ୍ଗକୁ ଅର୍ପଣ ରଥରେ ଉସୁନା ଚାଉଳ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଲା ବିଜେପି । ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହ ବାରମ୍ବାର ମୁଲତବି |

ପ୍ରଥମେ ଦିନ ସାଢ଼େ ୧୧ଟା ଓ ପରେ ସାଢ଼େ ୧୨ଟା ଯାଏଁ ଗୃହ ମୁଲତବୀ କଲେ ବାଚସ୍ପତି । ବିଜେପି ଅର୍ପଣ ରଥରେ ଉଷୁନା ଚାଉଳ ପ୍ରସଙ୍ଗ ଉଠାଇଥିବାବେଳେ, ପରୀ ପ୍ରସଙ୍ଗରେ ବିଜେପିର କ୍ଷମା ପ୍ରାର୍ଥନା ଦାବି କରି ବିଜେଡି ବିଧାୟକମାନେ ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି |

Related Posts