ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା ଗ୍ରସ୍ତ । ଦୁର୍ଘଟଣାରେ ୧୦ ଜଣ ଗୁରୁତର ୧୫ଆହତ । ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଭଣ୍ଡାରିପୋଖରୀ ନିକଟ ଏକ ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି । ପଶ୍ଚିମବଙ୍ଗ ରୁ ପୁରୀ ଯାଉଥିବା ବେଳେ ବସ୍ ଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି।
ସୂଚନା ମୁତାବକ, ଆଜି ପଶ୍ଚିମବଙ୍ଗ ରୁ ଗୋଟିଏ ଟୁରିଷ୍ଟ ବସ୍ ତୀର୍ଥଯାତ୍ରୀ ମାନଙ୍କୁ ନେଇ ପୁରୀ ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ବେଳେ ହଠାତ୍ ଗାଡିଟି ଭାରସାମ୍ୟ ହରାଇ ବସିଥିଲା ।
ଯାହାଫଳରେ ଗାଡିଟି ରାସ୍ତା ଉପରେ ଓଲଟି ପଡିଥିଲା । ସ୍ଥାନୀୟ ଲୋକ ମାନେ ବସ୍ ଭିତରୁ ଆହତ ଯାତ୍ରୀ ମାନଙ୍କୁ ବାହାର କରି ଭଣ୍ଡାରିପୋଖରୀ ଡାକ୍ତରଖାନାକୁ ପଠାଇଛନ୍ତି ।
ଗୁରୁତରଙ୍କୁ ଭଦ୍ରକ ଜିଲ୍ଲା ହସ୍ପିଟାଲରେ ଭର୍ତି କରାଯାଇଛି । ତେବେ ଦ୍ରୁତ ଗାଡି ଚାଳନା ଓ ଡ୍ରାଇଭର ଆଖିରେ ନିଦ ଆସି ଯାଇଥିବାରୁ ଏପରି ଦୁର୍ଘଟଣା ହେଲା ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।





