ଭୁବନେଶ୍ୱର,୩/୧୦(ସତ୍ୟପାଠ ବ୍ୟୁରୋ): ଭୁବନେଶ୍ବର ନୂଆ ଡିସିପି ଭାବେ ଦାୟିତ୍ବ ନେଲେ ପିନାକ ମିଶ୍ର । ୨୦୧୧ ବ୍ୟାଚ୍ର ଆଇପିଏସ୍ ଅଫିସର ପିନାକ ମିଶ୍ର ଆଜି ଆଇପିଏସ୍ ପ୍ରତୀକ ସିଂଙ୍କ ସ୍ଥାନରେ ଦାୟିତ୍ଵ ଗ୍ରହଣ କରିଛନ୍ତି । ଭୁବେନଶ୍ୱର ସ୍ଥିତ ପୋଲିସ ସେବା ଭବନରେ ୟୁପିଡିର ନୂଆ ଡିସିପି ଭାବେ ସେ ଦାୟିତ୍ୱ ନେଇଛନ୍ତି । ପୋଲିସ କମିଶନର ପିନାକ ମିଶ୍ରଙ୍କୁ କମିଶନରେଟ୍ ପୋଲିସର ବ୍ୟାଚ ପିନ୍ଧାଇ ସ୍ୱାଗତ କରିଛନ୍ତି ।

ଗତ ଦୁଇ ଦିନ ତଳେ ରାଜ୍ୟ ସରକାର ୨୫ ଜଣ ଆଇପିଏସ୍ ଅଫିସରଙ୍କୁ ଅବଦଳବଦଳ କରିଥିଲେ l ଭୁବନେଶ୍ୱରର ପୂର୍ବତନ ଡିସିପି ପ୍ରତୀକ ସିଂହଙ୍କୁ ବଦଳ କରାଯାଇ ତାଙ୍କ ସ୍ଥାନରେ ପିନାକ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଥିଲା l ସେପଟେ ପ୍ରତୀକ ସିଂହଙ୍କୁ କଟକ ଗ୍ରାମାଞ୍ଚଳର ଏସ୍ପି ଭାବେ ଦାୟିତ୍ୱ ଦିଆଯାଇଥିଲା ।
୨୦୧୧ ବ୍ୟାଚ୍ ଆଇପିଏସ୍ ଅଫିସର ପିନାକ ମିଶ୍ର ବ୍ରହ୍ମପୁରରେ ଥିବା ସମୟରେ ସେ ଏକାଧିକ ଅପରାଧୀଙ୍କୁ ଏନ୍କାଉଣ୍ଟର କରିଥିଲେ । ତାଙ୍କ କାର୍ଯ୍ୟଦକ୍ଷତାକୁ ନଜରରେ ରଖି ତାଙ୍କୁ କମିଶନରେଟ୍ ପୁଲିସକୁ ଅଣାଯାଇଛି । କଟକ ଡିସିପି ଭାବେ ସେ ଦୀର୍ଘ ସମୟ କାମ କରି ସଫଳତାର ସହ ଅପରାଧ ଦମନ କରିଥିଲେ । କଟକରୁ ତାଙ୍କର ପୁରୀ ଏସ୍ପି ଭାବେ ବଦଳି ହୋଇଥିଲା । ସେଠାରେ ସାଧାରଣ ନିର୍ବାଚନ ଓ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପାଦନା କରିଥିଲେ । ତାଙ୍କ ଦକ୍ଷତାକୁ ନଜରେ ରଖି ସରକାର ଭୁବନେଶ୍ୱର ଡିସିପି ଦାୟିତ୍ୱ ମିଳିଛି।





