ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଢେଙ୍କାନାଳ ବିରାଶାଳ ଏୟାରଷ୍ଟ୍ରିପରେ ପ୍ରଶିକ୍ଷଣ ବେଳେ ବିମାନ ଦୁର୍ଘଟଣା । ପ୍ରଶିକ୍ଷଣ ବେଳେ ବିମାନଟି ଖସି ପଡିଥିବା ସୂଚନା ମିଳିଛି । ଦୁର୍ଘଟଣା ଫଳରେ ଜଣେ ପ୍ରଶିକ୍ଷାର୍ଥୀ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଆହତ ପ୍ରଶିକ୍ଷାର୍ଥୀ ଜଣକ ହେଲେ ମହାରାଷ୍ଟ୍ରର କରଣ ମଲ୍ଲିକ ।
ତେବେ ଉଡାଣ ଆରମ୍ଭ ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ତେବେ ପାଇଲଟ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଉଡାଣ ବେଳେ ଏହି ଅଘଟଣ ଘଟିଛି । ପ୍ରଶିକ୍ଷଣ ବେଳେ ରନୱେରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଅଗ୍ନିଶମବାହିନୀ ସେଠାରେ ପହଞ୍ଚିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।





