ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗର ବିଭାଜନ କରିବା ନେଇ ଜଣେ ବିଜେପି ନେତା ବୟାନ ଦେବା ପାରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଏପରିକି ଏନେଇ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ ମଧ୍ୟ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ବୟାନ ସାମ୍ନାକୁ ଆସିଛି । ତେବେ ସେ ଦଳର ନେତାମାନଙ୍କୁ ପଶ୍ଚିମବଙ୍ଗର ବିଭାଜନ ଉପରେ ମନ୍ତବ୍ୟ ନଦେବାକୁ ଅନୁରୋଧ କରିଛନ୍ତି।
ସେପଟେ ପଶ୍ଚିମବଙ୍ଗର ବିଭାଜନ ପାଇଁ ବିଜେପି ବିଧାୟକଙ୍କ ଏକ ଦାବୀ ଦୋହରାଇବା ପରେ ଦଳ ରାଜ୍ୟରେ ଶାସକ ତୃଣମୂଳ କଂଗ୍ରେସର ସମାଲୋଚନାର ସମ୍ମୁଖୀନ ହୋଇଛି। ପଶ୍ଚିମବଙ୍ଗ ଗସ୍ତର ଶେଷ ଦିନରେ ବିଜେପି ସାଂସଦ ଏବଂ ବିଧାୟକଙ୍କ ସହ ନଡ୍ଡା ବୈଠକ କରି ଏପରି କହିଥିବାର ଦେଖିବାକୁ ମିଳିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।





