ପୁଅ ହତ୍ୟାକାରୀକୁ ଗିରଫ କରୁନି ପୋଲିସ; ନ୍ୟାୟ ଦାବିରେ ନବୀନ ନିବାସ ଆଗରେ ପରିବାରର ୬ ସଦସ୍ୟଙ୍କ ଆତ୍ମହୁତି ଉଦ୍ୟମ

ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ନ୍ୟାୟ ଦାବିରେ ନବୀନ ନିବାସ ଆଗରେ ଆତ୍ମହୁତି ଉଦ୍ୟମ । ନ୍ୟାୟ ପାଇଁ ଲଢ଼େଇ କରୁଥିବା ଏକ ପରିବାର ଆଜି ସକାଳେ ନବୀନ ନିବାସ ଆଗରେ ଆତ୍ମହୁତି ଦେବାକୁ ଉଦ୍ୟମ କରିଛନ୍ତି । ପୁଅର ହତ୍ୟାକାରୀକୁ ପୋଲିସ ଗିରଫ କରିନଥିବା ଅଭିଯୋଗ କରି ପରିବାରର ୬ଜଣ ସଦସ୍ୟ ଆତ୍ମହୁତି ଉଦ୍ୟମ କରିଛନ୍ତି ।

ତେବେ ୨୦୨୨ରେ ଚନ୍ଦ୍ରଶେଖରପୁର ଥାନା ଅଂଚଳରେ ଜଣେ ଯୁବକ ଦୈତ୍ୟରାଜ ନାୟକଙ୍କୁ ହତ୍ୟା କରିଥିଲା ।ଏହି ହତ୍ୟାକାଣ୍ଡରେ ପୋଲିସ କାହାକୁ ଗିରଫ କରୁନଥିବା ଅଭିଯୋଗ ହୋଇଛି । ବାରମ୍ବାର ପରିବାର ଲୋକଙ୍କ ଆନ୍ଦୋଳନ ପରେ ପୋଲିସ ଗତ ୧୫ ତାରିଖଷର ଅଶୋକ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ହେଲେ ଅନ୍ୟ ଅଭିଯୁକ୍ତ ମାନେ ଏବେ ବି ବାହାରେ ବୁଲୁଥିବା ବେଳେ ପରିବାର ଲୋକଙ୍କୁ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି । ଏପରିକି ଡ୍ରଗସ୍ କାରବାରରେ ଅଭିଯୁକ୍ତ ମାନେ ସମ୍ପୃକ୍ତ ଥିବା ବେଳେ ପୋଲିସ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉନାହିଁ । ଯାହାକୁ ନେଇ ପରିବାର ଲୋକେ ନ୍ୟାୟ ପାଇଁ ନବୀନ ନିବାସ ଆଗରେ ଆତ୍ମହୁତି ଦେବାକୁ ଉଦ୍ୟମ କରିଛନ୍ତି ।

Related Posts