ତିନି ଦିନରେ ଦ୍ୱିତୀୟ ଥର ପାଇଁ ସୋନିଆ ଗାନ୍ଧୀଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶରେ କଂଗ୍ରେସର ସ୍ଥିତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । କାହିଁକିନା ଯଦି ଆମେ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନକୁ ଦେଖିବା ତାହାଲେ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଥିଲା । ଏପରିକି କଂଗ୍ରେସର ଗଡ଼ କୁହାଯାଉଥିବା ପଞ୍ଜାବରେ ମଧ୍ୟ କଂଗ୍ରେସକୁ ହାରର ସାମ୍ନା କରିବାକୁ ପଡ଼ିଥିଲା । ଏହା ମଧ୍ୟରେ ଦଳର ହାଇକମାଣ୍ଡ ସୋନିଆ ଗାନ୍ଧି ପୁଣିଥରେ ଦଳକୁ ଦୃଢ଼ କରିବାକୁ ଚେଷ୍ଟା ଚଳାଇଛନ୍ତି । ବର୍ତ୍ତମାନ କଂଗ୍ରେସ ମିଶନ ଗୁଜୁରାଟ ଉପରେ ଅଧିକ ଫୋକସ ଦେଉଛି । ଅର୍ଥାତ ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ବର୍ତ୍ତମାନ ଠାରୁ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛି । ଏନେଇ ଦଳ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ସହ ମଧ୍ୟ ବୈଠକ କରୁଥିବାର ଖବର ସାମ୍ନାକୁ ଆସିଥିଲା । ଏହା ଛଡ଼ା ନିକଟରେ ସୋନିଆ ଗାନ୍ଧି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ସହ ପୁଣି ବୈଠକ କରିଥିବାର ସୂଚନା ମିଳିଛି । ଏହି ବୈଠକରେ କେବଳ ପ୍ରଶାନ୍ତ ନୁହଁ ବରଂ ଦଳର ବହୁ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ ।

ପ୍ରାୟ ୫ ଘଣ୍ଟା ଧରି ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷ ଉପରେ ଆଲୋଚନା କରାଯାଇଥିଲା । ସେପଟେ ପ୍ରଶାନ୍ତ କିଶୋର ତିନି ଦିନ ମଧ୍ୟରେ ସୋନିଆ ଗାନ୍ଧୀଙ୍କୁ ଦୁୁଇଥର ଭେଟିଛନ୍ତି । ଗତକାଲି ସୋନିଆ ଗାନ୍ଧୀଙ୍କ ବାସଭବନରେ ଆୟୋଜିତ ଏହି ସଭାରେ ପ୍ରିୟଙ୍କା ଗାନ୍ଧୀ, ଅମ୍ବିକା ସୋନି, ପି ଚିଦାମ୍ବରମ, ଜୟରାମ ରମେଶ, କେସି ଭେନୁଗୋପାଲ ଏବଂ ରଣଦୀପ ସୁରଜେୱାଲା ମଧ୍ୟ ଉପସ୍ଥିତି ଥିଲେ । ଅନ୍ୟପଟେ ୨୦୨୪ ମସିହାରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିବାରେ ଲାଗିଛି । କାହିଁକିନା ଶନିବାର ଅନୁଷ୍ଠିତ ହୋଇଥିବା ବୈଠକରେ ପ୍ରଶାନ୍ତ କିଶୋର ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ଯୋଜନା ଉପସ୍ଥାପନ କରିଥିଲେ । ତେବେ ୨୭୦ ଲୋକସଭା ଆସନ ଉପରେ ଧ୍ୟାନ ଦେବାକୁ ସେ କଂଗ୍ରେସକୁ କହିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts