ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ରତ୍ନଭଣ୍ଡାରର ସଂରକ୍ଷଣ ନିହାତି ଆବଶ୍ୟକ । ଏନେଇ ଆଜି ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ଅବଗତ କରାଇଛି ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ (ଏଏସଆଇ)। ତେବେ ମାମଲା ଏବେ କୋର୍ଟରେ ବିଚରାଧୀନ ରହିଛି । ତେଣୁ ମରାମତି ପାଇଁ କୋର୍ଟ ଅନୁମତି ଦେଲେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ଆଜି ଗଣମାଧ୍ୟମ ଆଗରେ ବୟାନ ରଖିଛନ୍ତି ଏଏସଆଇ ଅଧିକ୍ଷଣ ଯନ୍ତ୍ରୀ, ଡକ୍ଟର ବି ବି ସାତ ଗଡ଼ନାୟକ ।
ସେହିପରି ୨୦୧୮ ରେ ଶେଷ ଥର ପାଇଁ ରତ୍ନ ଭଣ୍ଡାରର ଅନୁଧ୍ୟାନ ହୋଇଥିଲା ବୋଲି ଆଜି ଦାଖଲ ହୋଇଥିବା ସତ୍ୟପାଠରେ ଉଲ୍ଲେଖ ରହିଛି । ସେତେବେଳେ ରତ୍ନଭଣ୍ଡାରରୁ ପାଣି ଝରୁଥିଲା, ରତ୍ନଭଣ୍ଡାରର ଚଟାଣରେ କିଛି ପଥର ପଡିଥିଲା, କାନ୍ଥ ମଝିରେ ଫାଟ ଥିବାର ଆୱାଜ ଆସିଥିଲା, ବର୍ତ୍ତମାନ ରତ୍ନଭଣ୍ଡାର ସଂରକ୍ଷଣର ନିହାତି ଆବଶ୍ୟକତା ରହିଛି। ମାମଲା ଏବେ କୋର୍ଟରେ ବିଚାରଧୀନ ରହିଛି। କୋର୍ଟ ଯେତେଶୀଘ୍ର ମରାମତି ପାଇଁ ନିର୍ଦ୍ଦେଶ ଦେବେ। ସେତେ ଶୀଘ୍ର ମରାମତି କରାଯିବ ବୋଲି କହିଛନ୍ତି ASI ପୁରୀ ମଣ୍ଡଳ ଅଧିକ୍ଷକ ଡକ୍ଟର ଦିବିସାଦ ଗଡ଼ନାୟକ। ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ASI ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି।





