ଭୁବନେଶ୍ୱର,୧୩/୨(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବେଙ୍ଗାଲୁରୁର ୟେଲୋହଙ୍କାରେ ଏସିଆର ସବୁଠୁ ବଡ ଏୟାର ସୋ’ ଏରୋ ଇଣ୍ଡିଆ-୨୦୨୩ ର ୧୪ତମ ସଂସ୍କରଣକୁ ଉଦଘାଟନ କରିଛନ୍ତି । ଆଜିଠୁ ୫ ଦିନ ଧରି ଏହି ଏରୋ ଇଣ୍ଡିଆ ସୋ’ ଚାଲିବ । ଚଳିତବର୍ଷର ବିଷୟବସ୍ତୁ ରହିଛି ‘ଦି ରନୱେ ଟୁ ଏ ବିଲିୟନ ଅପରଟ୍ୟୁନିଟିଜ’। କାର୍ଯ୍ୟକ୍ରମରେ ୧୦୦ଟି ବନ୍ଧୁ ରାଷ୍ଟ୍ରର ୮୦୦ରୁ ଅଧିକ ପ୍ରଦର୍ଶନକାରୀ କମ୍ପାନୀ ସାମିଲ ହୋଇଛନ୍ତି । ଏଥିରେ ୱିଙ୍କସ ଅଫ ଦି ଫ୍ୟୁଚର ନାମରେ ଇଣ୍ଡିଆ ପ୍ୟାଭିଲିୟନ ରହିଛି । ବେଙ୍ଗାଲୁରୁ ଆକାଶରେ ଶକ୍ତି ଦେଖାଇଛନ୍ତି ଫାଇଟର ଜେଟ । ନୂଆ ଭାରତର ସାମର୍ଥ୍ୟର ସାକ୍ଷୀ ହୋଇଛି ବେଙ୍ଗାଲୁରୁ ଆକାଶ । ନୂଆ ଭାରତର ସତ୍ୟତାର ସାକ୍ଷୀ ବେଙ୍ଗାଲୁରୁ ଆକାଶ କାର୍ଯ୍ୟକ୍ରମକୁ ସମ୍ବୋଧନ କରି କହିଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଆଜି ଦେଶ ନୂଆ ଶୀଖର ଛୁଉଁଛି । ଯେବେ କୌଣସି ଦେଶ ନୂଆ ଚିନ୍ତାଧାରା, ନୂଆ ଉପାୟକୁ ସାଥୀରେ ନେଇ ଆଗକୁ ବଢେ ସେବେ ତାର ବ୍ୟବସ୍ଥା ମଧ୍ୟ ନୂଆ ଚିନ୍ତାଧାରା ହିସାବରେ ଆଗକୁ ବଢିଥାଏ । ଏରୋ ଇଣ୍ଡିଆର ଏହି ଆୟୋଜନ ଆଜି ନୂଆ ଭାରତର ନୂଆ ପ୍ରୟାସର ପ୍ରତିଫଳିତ ହୋଇଛି । ସମୟ ଥିଲା ଏହାକୁ କେବଳ ଏକ ଶୋ ବୋଲି ବିବେଚନା କରାଯାଉଥିଲା । ବିଗତ ଦିନରେ ଏହାକୁ ନେଇ ପ୍ରସ୍ତୁତି ପରିବର୍ତ୍ତନ କରାଗଲା । ଆଜି ଏରୋ ଇଣ୍ଡିଆ କେବଳ ଏକ ଶୋ ନୁହେଁ ଏହା ଭାରତର ସାମର୍ଥ୍ୟ ହୋଇଛି । ଭାରତୀୟ ପ୍ରତିରକ୍ଷା ଇଣ୍ଟଷ୍ଟ୍ରୀ ପାଇଁ ପରିସର ସୃଷ୍ଟି କରିଛି । ଆତ୍ମରକ୍ଷାକୁ ପ୍ରତିଫଳିତ କରିଛି ।
ତେବେ ଫେବୃଆରୀ ୧୩ରୁ ୧୭ ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ରେ ସ୍ବଦେଶୀ ବିମାନ ପ୍ଲାଟଫର୍ମ ଯଥା ଲାଇଟ କମ୍ବାଟ ଏୟାରକ୍ରାଫ୍ଟ ତେଜସ୍, ଏଚଟିଟି-୪୦, ଡୋର୍ନିୟର ଲାଇଟ୍ ୟୁଟିଲିଟି ହେଲକପ୍ଟର, ଲାଇଟ୍ କମ୍ବାଟ ହେଲିକପ୍ଟର, ଆଡଭାନ୍ସଡ ଲାଇଟ ହେଲିକପ୍ଟର ରପ୍ତାନିକୁ ପ୍ରୋତ୍ସାହିତ କରିବାର ଆଶା ରହିଛି।





