ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଧର୍ମଘଟ ପ୍ରତ୍ୟାହାର କଲା ଘରୋଇ ବସ୍ ମାଲିକ ସଂଘ | ଆଜି ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଘରୋଇ ବସ୍ ମାଲିକ ସଂଘର ଦାବିକୁ ନେଇ ଆଲୋଚନା ହୋଇଥିଲା | ତେବେ ଡିସେମ୍ବର ୧ ରୁ ରାଜ୍ୟବ୍ୟାପୀ ଧର୍ମଘଟ ପାଇଁ ଡାକରା ଦେଇଥିଲା ମାଲିକ ସଂଘ |
ତେବେ ଏନେଇ ରାଜ୍ୟ ଘରୋଇ ବସ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ ଲକ୍ଷ୍ମୀ ବସଗୁଡିକ ବ୍ଲକରୁ ଜିଲ୍ଲାକୁ ଚଲା ନଯିବା ସରକାର ମାନି ନେଇଥିବାବେଳେ ପ୍ରାଥମିକ ଭାବରେ ଗଜପତି, ଭବାନୀପାଟଣା, ରାୟଗଡାରେ ଚାଲୁଥିବା ଲକ୍ଷ୍ମୀ ବସଗୁଡିକ ପଞ୍ଚାୟତରୁ ବ୍ଲକକୁ ଚାଲୁଛି | ଆଗକୁ ନବରଙ୍ଗପୁର ଏବଂ କୋରାପୁଟରେ ମଧ୍ୟ ଲକ୍ଷ୍ମୀ ବସ ପଞ୍ଚାୟତରୁ ବ୍ଲକକୁ ଚାଲିବା ନେଇ ନିଷ୍ପତ୍ତି ହୋଇଛି | ଏହା ବାଦ୍ ଘରୋଇ ବସ୍ ମାଲିକ ସଂଘ ଏବଂ ସରକାରଙ୍କର କିଛି ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି | ଯେଉଁ କମିଟି ମୋ ବସର ରିଭ୍ୟୁ କରି ଆସନ୍ତା ୭ ଦିନ ମଧ୍ୟରେ ଏକ ବୈଠକ ବସି ମୋ ବସ୍ ଚଳାଚଳ ରୁଟକୁ ନେଇ ନିଷ୍ପତ୍ତି ନିଆଯିବ |





