ଧର୍ମଘଟରୁ ଓହରିଲେ ଘରୋଇ ବସ୍ ମାଲିକ ସଂଘ; ମନ୍ତ୍ରୀଙ୍କ ସହ ବୈଠକ ପରେ ନିଷ୍ପତି

ଭୁବନେଶ୍ୱର,୭/୧୦(ସତ୍ୟପାଠ ବ୍ୟୁରୋ):  ବନ୍ଦ ଡାକରାରୁ ଓହରିଲେ ଘରୋଇ ବସ୍ ମାଲିକ ସଙ୍ଘ। ସୋମବାର ସନ୍ଧ୍ୟାରୁ ହେବାକୁ ଥିବା ବସ୍ ଧର୍ମଘଟ ପ୍ରତ୍ୟାହୃତ ହୋଇଛି। ଦକ୍ଷିଣ ଓ ପଶ୍ଚିମାଞ୍ଚଳ ବସ୍ ମାଲିକ ସଙ୍ଘ ନିଷ୍ପତ୍ତିରୁ ଓହରିଛନ୍ତି। ପରିବହନ ମନ୍ତ୍ରୀଙ୍କ ସହ ବୈଠକ ପରେ ଧର୍ମଘଟରୁ ଓହରିଛନ୍ତି। ମୁଖ୍ୟମନ୍ତ୍ରୀ ବସ୍ ସେବାକୁ ବିରୋଧ କରି ଧର୍ମଘଟ ଡାକରା ଦେଇଥିଲେ।

ସୂଚନାନୁଯାୟୀ, ରାଜ୍ୟ ସରକାର ଦ୍ୱିତୀୟ ପର୍ଯ୍ୟାୟ ମୁଖ୍ୟମନ୍ତ୍ରୀ ବସ୍ ସେବା ଆରମ୍ଭ ପାଇଁ ଯୋଜନା କରିଛନ୍ତି। ଏହାକୁ ବିରୋଧ କରି ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳ ଘରୋଇ ବସ ମାଲିକ ସଂଘ ଆଜି ସନ୍ଧ୍ୟାରୁ ବନ୍ଦ ଡାକରା ଦେଇଥିଲେ। ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଘରୋଇ ବସ ସଂଘର ଚେତାବନୀକୁ ଗୁରୁତର ସହ ନେଇ ବୈଠକ ଡାକିଥିଲେ। ବ୍ରହ୍ମପୁରରେ ଏନେଇ ବୈଠକ ଆୟୋଜିତ ହୋଇଥିଲା। ମନ୍ତ୍ରୀଙ୍କ ସମେତ ପରିବହନ ବିଭାଗ ବରିଷ୍ଠ କର୍ତ୍ତୃପକ୍ଷ ଓ ସଂଘର କର୍ମକର୍ତ୍ତମାନେ ଯୋଗ ଦେଇଥିଲେ। ଏହି ବୈଠକ ପରେ ଘରୋଇ ବସ୍ ମାଲିକ ସଙ୍ଘ ଆନ୍ଦୋଳନରୁ ଓହରିଛନ୍ତି। ବସ୍ ଧର୍ମଘଟ ନିଷ୍ପତ୍ତି ପ୍ରତ୍ୟାହୃତ ହୋଇଛି।

Related Posts