ଅର୍ଥମନ୍ତ୍ରୀଙ୍କ ‘ୟୁପି ଟାଇପ’ ବୟାନରେ ଭଡ଼କିଲେ ପ୍ରିୟଙ୍କା; କହିଲେ ଏପରି କହି କାହିଁକି ଉତ୍ତରପ୍ରଦେଶବାସୀଙ୍କୁ ଅପମାନିତ କରୁଛନ୍ତି ?

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ର ଆର୍ଥିକ ବଜେଟ ଲୋକସଭାରେ ଉପସ୍ଥାପନ କରିଥିଲେ । ବଜେଟ ସାମ୍ନାକୁ ଆସିବା ପରେ ଅନେକ ବିରୋଧୀ ଦଳ ଏହାକୁ ସମାଲୋଚନା ମଧ୍ୟ କରିଥିବାର ଦେଖିବାକୁ ମିଳିଥିଲା । ହେଲେ ବଜେଟ ଉପସ୍ଥାପନା କଲା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ପ୍ରେସମିଟ କରିଥିଲେ । ଯେଉଁଠି ‘ୟୁପି ଟାଇପ’ ର ଶବ୍ଦକୁ ସେ ପ୍ରୟୋଗ କରିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଥିଲା । କାହିଁକିନା ତାଙ୍କର ଏହି ଶବ୍ଦକୁ ନେଇ କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ତାଙ୍କୁ ଟାର୍ଗେଟ କରିଥିଲେ । ଏବଂ ଏନେଇ ସେ ବଡ଼ ବୟାନ ମଧ୍ୟ ଦେଇଥିଲେ । ତେବେ ଏହି ବିବୃତ୍ତିକୁ ପ୍ରିୟଙ୍କା ଗାନ୍ଧୀ ଉତ୍ତରପ୍ରଦେଶବାସୀଙ୍କ ପ୍ରତି ଅପମାନ ବୋଲି ବର୍ଣ୍ଣନା କରିଛନ୍ତି। ୟୁପିର ଲୋକମାନେ ୟୁପି ପ୍ରକାରର ହୋଇଥିବାରୁ ଗର୍ବିତ ବୋଲି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ।

ସେପଟେ ବଜେଟ ଉପସ୍ଥାପନ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାକୁ ଶୂନ ବଜେଟ୍ ବୋଲି କହିଥିଲେ । ଏହି ବିଷୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଯେତେବେଳେ ଅର୍ଥମନ୍ତ୍ରୀଙ୍କୁ ରାହୁଲ ଗାନ୍ଧୀଙ୍କ ବିବୃତ୍ତି ଉପରେ ପ୍ରଶ୍ନ ପଚରାଯାଇଥିଲା, ସେତେବେଳେ ସେ ଅର୍ଥମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କୁ ଏହାର ଉତ୍ତର ଦେବାକୁ କହିଥିଲେ। ତେବେ ରାହୁଲ ଗାନ୍ଧୀ ଏହି ବଜେଟକୁ ବୁଝି ନାହାନ୍ତି । ଏହା ହିଁ ବାସ୍ତବତା ବୋଲି କହିଥିଲେ । ଅନ୍ୟପଟେ ପଙ୍କଜ ଚୌଧୁରୀଙ୍କ ଆଭିମୁଖ୍ୟ ଗ୍ରହଣ କରି ନିର୍ମଳା ସୀତାରମଣ କହିଛନ୍ତି ଯେ ମୋତେ ଲାଗୁଛି ଯେ ଚୌଧୁରୀ ଏକ ବିଶେଷ ୟୁପି ପ୍ରକାରର ଉତ୍ତର ଦେଇଛନ୍ତି ଯାହା ୟୁପିରୁ ପଳାୟନ କରୁଥିବା ଜଣେ ସାଂସଦଙ୍କ ପାଇଁ ଯଥେଷ୍ଟ। ଏହାର ଜାବବରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏହାକୁ ୟୁପି ପାଇଁ ଅପମାନ ବୋଲି କହିଛନ୍ତି।

ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ନିର୍ମଳା ସୀତାରମଣ ଜୀ, ଆପଣ ୟୁପି ପାଇଁ ବଜେଟ ବ୍ୟାଗରେ କିଛି ରଖି ନାହାଁନ୍ତି, ଠିକ ଅଛିଟ୍ଟ କିନ୍ତୁ ଏହିପରି ୟୁପି ଲୋକଙ୍କୁ ଅପମାନିତ କରିବାର ଆବଶ୍ୟକତା କ’ଣ? ୟୁପିର ଲୋକମାନେ ଏକ “ୟୁପି ପ୍ରକାର” ବୋଲି ଗର୍ବିତ । ୟୁପିର ଭାଷା, ଉପଭାଷା, ସଂସ୍କୃତି ଏବଂ ଇତିହାସ ପାଇଁ ଆମେ ଗର୍ବିତ ବୋଲି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ଶାସକ ଓ ବିରୋଧୀଙ୍କ ମଧ୍ୟରେ କଡ଼ାଟକ୍କର ଚାଲିଥିବାର ଦେଖିବାକୁ ମିଳିଛି ।

Related Posts