ଏକଜିଟ ପୋଲ ସର୍ଭେ ରିପୋର୍ଟକୁ ନେଇ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରତିକ୍ରିୟା: ଫଳାଫଳ ନ ଆସିବା ଯାଏଁ କିଛି କୁହାଯାଇପାରିବ ନାହିଁ

ଶେଷ ହୋଇଛି ୫ ରାଜ୍ୟର ବିଧାନସଭା ନିର୍ବାଚନ ନେଇ ମତଦାନ | ତେବେ ନିର୍ବାଚନ ଶେଷ ହୋଇଥିବା ବେଳେ, ସାମ୍ନାକୁ ଆସିଛି ଏକଜିଟ ପୋଲ ସର୍ଭେ ରିପୋର୍ଟ ପ୍ରକାଶ | କାଧିକ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେ ରେ ଉତ୍ତର ପ୍ରଦେଶ ଓ ପଂଜାବ ସମେତ ପାଞ୍ଚଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଉତ୍ତର ପ୍ରଦେଶରେ ପୁଣି ଥରେ ଯୋଗୀ ଆଦିତ୍ୟନାଥ ସରକାର ଗଢ଼ିବାକୁ ଯାଉଛନ୍ତି ।

ଅନ୍ୟପଟେ ପ୍ରକାଶ ପାଇଥିବା ରିପୋର୍ଟକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଂଗ୍ରେସ ସାଧାରଣ ସଚିବ ପ୍ରିୟଙ୍କା ଗାନ୍ଧୀ | ଆମର ପ୍ରାର୍ଥୀମାନେ ଦୀର୍ଘ ସମୟ ପରେ ପୂରା ୪୦୦ ଆସନରେ ଲଢ଼ିଛନ୍ତି । ଆମକୁ ଦେଖିବାର ଅଛି ଯେ, ଫଳାଫଳ କ’ଣ ଆସିବ । ଯେତେବେଳ ପର୍ଯ୍ୟନ୍ତ ଫଳାଫଳ ଆସିନାହିଁ, ଏବାବଦରେ କିଛି କୁହାଯାଇପାରିବ ନାହିଁ ।

ସୂଚନାଯୋଗ୍ୟ, ଇଣ୍ଡିଆ ଟୁଡେ-ଆକ୍ସିସ ମାଇ ଇଣ୍ଡିଆର ଏକଜିଟ୍ ପୋଲରେ ବିଜେପି ମେଣ୍ଟ ବିପୁଳ ଭୋଟ ସହିତ ଉତ୍ତର ପ୍ରଦେଶରେ ସରକାର ଗଢ଼ିବାକୁ ଯାଉଛି । ବିଜେପିକୁ ୨୮୮ରୁ ୩୨୬ ଆସନ ମିଳିପାରେ । ସମାଜବାଦୀ ପାର୍ଟିର ମେଣ୍ଟକୁ ୭୬ରୁ ୧୦୧ ଆସନ ମଳିିବା ନେଇ ସର୍ଭେରେ ଅନୁମାନ କରାଯାଉଛି । ନ୍ୟୁଜ ୨୪ ଓ ଟୁଡେଜ ଚାଣକ୍ୟର ଏକଜିଟ ପୋଲ ରିପୋର୍ଟ ଅନୁସାରେ ବିଜେପି ମେଣ୍ଟକୁ ଉତ୍ତର ପ୍ରଦେଶରେ ୨୯୪, ସମାଜବାଦୀ ପାର୍ଟି ମେଣ୍ଟକୁ ୧୦୫, ବିଏସପିକୁ ୨, କଂଗ୍ରେସକୁ ଗୋଟି ଓ ଅନ୍ୟ ଦଳକୁ ଗୋଟିଏ ସିଟ ମିଳିପାରେ ।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ୭ଟି ପର୍ଯ୍ୟାୟରେ ହେଇଛି । ଗତ ୧୦ ତାରିଖ ଠାରୁ ମତଦାନ ଆରମ୍ଭ ହୋଇଥିଲା । ଚଳିତ ମାସ ୧୪, ୨୦ ୨୩, ୨୭, ମାର୍ଚ୍ଚ ୩ ଓ ୭ ତାରିଖରେ ପର୍ଯ୍ୟାୟ କ୍ରମେ ମତଦାନ ହୋଇଥିଲା । ଫଳାଫଳ ମାର୍ଚ୍ଚ ୧୦ ତାରିଖରେ ପ୍ରକାଶ ପାଇବ ।

Related Posts