ଉତ୍ତରପ୍ରଦେଶ(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ବିଧାନଦସଭା ନିର୍ବାଚନ ପାଖେଇ ଆସୁଛି । ଏନେଇ ସମସ୍ତ ଦଳ ନିଜର ନିଜର ରଣନୀତି ପ୍ରସ୍ତୁତ କରୁଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ କଂଗ୍ରେସ ୧୨୫ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି । ଯେଉଁଥିରେ ୫୦ ମହିଳା ସ୍ଥାନ ପାଇଥିବାର ଦେଖିବାକୁ ମିଳିଛି । ସେପଟେ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ଆରମ୍ଭ ହୋଇଛି। ରାଜନୈତିକ ଅସ୍ଥିରତା ମଧ୍ୟରେ ରାଜନୈତିକ ଦଳ ନିର୍ବାଚନରେ ଜିତିବା ପାଇଁ ନିଜର ସମସ୍ତ ଶକ୍ତିକୁ ପ୍ରଦର୍ଶନ କରୁଛନ୍ତି । ଏପରିକି ଅନେକ ଦଳମାନଙ୍କରେ ନେତାମାନଙ୍କ ଦଳ ବଦଳାଇବା ପ୍ରକ୍ରିିୟା ମଧ୍ୟ ଚାଲିଛି ।
ଏସବୁ ମଧ୍ୟରେ ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ୧୨୫ ପ୍ରାର୍ଥୀଙ୍କ ପ୍ରଥମ ତାଲିକା କଂଗ୍ରେସ ପ୍ରକାଶ କରିଛି। ଏଥିରେ ୫୦ ଜଣ ମହିଳାଙ୍କୁ ଟିକେଟ୍ ଦିଆଯାଇଛି। କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଅନ୍ୟପଟେ ଉତ୍ତରପ୍ରଦେଶରେ ଶାସକ ଦଳର ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । କ୍ରମାଗତ ଭାବରେ ଭାରତୀୟ ଜନତା ପାର୍ଟିରୁ ୧୨ ଜଣ ନେତା ଦଳ ଛାଡ଼ିଛନ୍ତି । ଯାହା ଭାରତୀୟ ଜନତା ପାର୍ଟିକୁ ଚିନ୍ତାରେ ପକାଇଛି ।
ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଇସ୍ତଫା ଦେବାପରେ ଦାରା ସିଂହ ଚୌହାନ ଓ ମୁକେଶ ବର୍ମା ଦଳ ଛାଡ଼ିଛନ୍ତି । ଅନ୍ୟବିଧାୟକମାନଙ୍କ ପରି ଦଳ ଛାଡ଼ୁଥିବା ବିଧାୟକମାନେ ଦଳିତ, ପଛୁଆ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ନେତାମାନଙ୍କୁ ବିଜେପି ସରକାରରେ ଧ୍ୟାନ ଦିଆଯାଉ ନାହିଁ ବୋଲି କହିଛନ୍ତି ।





