ୟୁପି ବିଧାନସଭା ନିର୍ବାଚନରେ ଦଳର ପରାଜୟର କାରଣ ଜାଣିବା ପାଇଁ ବୈଠକ ଡ଼ାକିବେ ପ୍ରିୟଙ୍କା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ କଂଗ୍ରେସର ପରାଜୟ ସମ୍ପର୍କରେ ଦଳର ୟୁପି ଦାୟିତ୍ୱରେ ଥିବା ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ବାଦ୍ରା ଆଜି ଏକ ବୈଠକ ଡାକିଛନ୍ତି। ଏଥିରେ, କଠିନ ପରିଶ୍ରମ କରିବା ପରେ ମଧ୍ୟ ଦଳ ଏତେ ଖରାପ ପରାଜୟର ସମ୍ମୁଖୀନ ହୋଇଥିବା କାରଣଗୁଡ଼ିକ ଉପରେ ଆଲୋଚନା ହେବାକୁ ଯାଉଥିବାର ସୂଚନା ମିଳିଛି । ଏହି ବୈଠକରେ ରାଜ୍ୟର ବରିଷ୍ଠ ଦଳର ନେତାମାନେ ଅଂଶଗ୍ରହଣ କରିବେ। ସେପଟେ ଚଳିତଥର ବିଧାନସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ପ୍ରିୟଙ୍କା ଗାନ୍ଧୀ ସର୍ବାଧିକ ସଂଖ୍ୟକ ରାଲି, ରୋଡ୍ ସୋ କରିଥିଲେ । ତାଙ୍କ ପରେ ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥ ସର୍ବାଧିକ ରାଲି କରିଥିଲେ । ତେଣୁ ଏହି ସଭାରେ କିଛି ବଡ କଥା ସାମ୍ନାକୁ ଆସିପାରେ ବୋଲି ସୂଚନା ମିଳିଛି । ଏହା ପୂର୍ବରୁ କଂଗ୍ରେସର ଜାତୀୟ ସ୍ତରର ବୈଠକରେ ମଧ୍ୟ ନିର୍ବାଚନରେ ଦଳର ପ୍ରଦର୍ଶନକୁ ନେଇ ଆଲୋଚନା କରାଯାଇଥିଲା । ଏହି ସଭାକୁ ଦଳର ସଭାପତି ସାନିଆ ଗାନ୍ଧୀ ତାଙ୍କ ବାସଭବନରେ ଡକାଇଥିଲେ। ସେପଟେ ଉତ୍ତରପ୍ରଦେଶରେ ଏଥର କଂଗ୍ରେସ କେବଳ ଦୁଇଟି ସିଟ ପାଇଛି । ଏପରିକି କିଛି ଛୋଟ ଦଳମାନେ ମଧ୍ୟ କଂଗ୍ରେସ ଠାରୁ ଅଧିକ ସିଟ ଜିତିଛନ୍ତି । ଅନ୍ୟପଟେ ପ୍ରିୟଙ୍କା ଗାନ୍ଧୀଙ୍କୁ ଯଦି ଦେଖିବା ତାହାଲେ ସକ୍ରିୟ ରାଜନୀତିରେ ସେ ବହୁତ ବିଳମ୍ବରେ ଆସିଛନ୍ତି ।

୨୦୦୪ ଲୋକସଭା ନିର୍ବାଚନରେ ସେ ତାଙ୍କ ମା ଏବଂ ଭାଇ ରାହୁଲ ଗାନ୍ଧୀଙ୍କ ସମର୍ଥନରେ ରାଏ ବରେଲି ଏବଂ ଆମେଥୀରେ ପ୍ରଚାରର ଦାୟିତ୍ୱ ଗ୍ରହଣ କରିଥିଲେ । ପରବର୍ତ୍ତୀ ବିଧାନସଭା ନିର୍ବାଚନରେ ମଧ୍ୟ ପ୍ରିୟଙ୍କା ଏହି ଦୁଇଟି କ୍ଷେତ୍ରରୁ ତାଙ୍କ ଦଳ ଜିତିବା ପାଇଁ କାର୍ଯ୍ୟ କରିଥିଲେ। ୨୩ ଜାନୁୟାରୀ ୨୦୧୯ ରେ, ପ୍ରିୟଙ୍କା ଆନୁଷ୍ଠାନିକ ଭାବରେ ରାଜନୀତିରେ ପ୍ରବେଶ କରିଥିଲେ ଏବଂ ତାଙ୍କୁ କଂଗ୍ରେସରେ ସାଧାରଣ ସମ୍ପାଦକ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଏହା ସହିତ ପ୍ରିୟଙ୍କାଙ୍କୁ ମଧ୍ୟ ପୂର୍ବ ଉତ୍ତରପ୍ରଦେଶର ଦାୟିତ୍ୱ ଦିଆଯାଇଥିଲା । ୧୧ ସେପ୍ଟେମ୍ବର ୨୦୨୦ ରେ, ତାଙ୍କୁ ସମଗ୍ର ରାଜ୍ୟର ଦାୟିତ୍ୱ ଦିଆଯାଇଥିଲା । ଅକ୍ଟୋବର ୨୦୨୧ ରେ, ପ୍ରିୟଙ୍କାଙ୍କୁ ପୋଲିସ ହେପାଜତରେ ନିହତ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ଭେଟିବା ପାଇଁ ଆଗ୍ରା ଅଭିମୁଖେ ଯାଉଥିବାବେଳେ ୟୁପି ପୋଲିସ ତାଙ୍କୁ ଗିରଫ କରିଥିଲା। ୨୩ ଅକ୍ଟୋବର ୨୦୨୧ ରେ, ପ୍ରିୟଙ୍କା କଂଗ୍ରେସ ତରଫରୁ ବାରବାଙ୍କିରୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ନିଜର ଅଭିଯାନ ଆରମ୍ଭ କରିଥିଲେ।

Related Posts