ଆଜି ୫ଟି ବିଧାନସଭା ଆସନ ପାଇଁ ଭୋଟ ଗଣତି ଚାଲିଥିବା ବେଳେ, ରେଜଲ୍ଟ ମଧ୍ୟ ଧୀରେ ଧୀରେ ସାମ୍ନାକୁ ଆସୁଛି | ତେବେ ଉତ୍ତରପ୍ରଦେଶରେ ପୁଣି ଠାରେ ଯୋଗୀ ସରକାର ବହୁ ଆଗରେ ଥିବା ବେଳେ, ପୁଣି ଠାରେ ୟୁପି ରେ ଯୋଗୀ ସରକାର ଗଠନ କରିବେ ବୋଲି ଏକ ପ୍ରକାରର ନିଶ୍ଚିନ୍ତ ହୋଇଯାଇଛି | ମାତ୍ର ଫାଇନାଲ ରେଜଲ୍ଟ କୁ ଅପେକ୍ଷା ରହିଛି | ତେବେ ଏହାରି ମଧ୍ୟରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ-୨୦୨୨ରେ ବିଜେପି ଜିତିଲେ ୟୁପି ଛାଡିଦେବେ ବୋଲି ଘୋଷଣା କରିଥିବା ପ୍ରସିଦ୍ଧ କବି ମୁନୱର ରାଣାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇପଡିଛି | ସେପଟେ ରେଜେଲ୍ଟର ଟ୍ରେଣ୍ଡକୁ ନେଇ ମଧ୍ୟ କ୍ୟାମେରା ଆଗରେ ମୁହଁ ଖୋଲିବାକୁ ମନା କରିଦେଇଛନ୍ତି।
କୁହାଯାଉଛି ଯେ, ମୁନୱର ଗଲା ତିନି ଦିନ ହେଲା ଅସୁସ୍ଥ ଅଛନ୍ତି। ସେ ଘରେ ହିଁ ନିଜ ଚିକିତ୍ସା ଜାରି ରଖିଛନ୍ତି। ଏପଟେ ୟୁପିରେ ବିଜେପି ଏକ ପ୍ରକାର ସରକାର ଗଠନ କରିବା ନେଇ ସୁନିଶ୍ଚିତ ହୋଇପଡିଥିବା ବେଳେ ମୁନୱର ନିଜ କହିବା କଥାରେ ବଜାୟ ରଖିବେ କି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।
ଉଲ୍ଲେଖଯୋଗ୍ୟ ଯେ, ଉତ୍ତରପ୍ରଦେଶ ଭୋଟ ଗଣତିରେ ବିଜେପିକୁ ପୂର୍ଣ୍ଣ ବହୁମତ ମିଳିବ ବୋଲି ଟ୍ରେଣ୍ଡରୁ ଜଣାପଡୁଛି। ବିଜେପି ୨୬୩ ଟି ସିଟ୍ରେ ଆଗୁଆ ରହିଛି।





