ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦକୁ ନେଇ ପ୍ରତିବାଦ, ସାରା ଦେଶରେ ମୌନ ସତ୍ୟାଗ୍ରହ କଲା କଂଗ୍ରେସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୋଦି ସାଙ୍ଗିଆ ମାମଲାରେ ରାହୁଲ ଗାନ୍ଧୀ କୋର୍ଟରୁ ଆଶ୍ୱସ୍ତି ପାଇନାହାଁନ୍ତି। ଏହା ପରେ କଂଗ୍ରେସ ଏହି ପ୍ରସଙ୍ଗରେ ନିରନ୍ତର ପ୍ରଦର୍ଶନ କରୁଛି। ଏହି କ୍ରମରେ ବୁଧବାର କଂଗ୍ରେସ ସମଗ୍ର ଦେଶରେ ମୌନ ସତ୍ୟାଗ୍ରହ କରାଯାଇଛି। ରାହୁଲ ଗାନ୍ଧୀଙ୍କ ପ୍ରତି ସମର୍ଥନ ଏବଂ ଏକତା ଦେଖାଇବା ପାଇଁ ଏଆଇସିସି ଏହି ସତ୍ୟାଗ୍ରହ କରୁଛି। ମୋଦୀ ସରକାର ଷଡଯନ୍ତ୍ର କରି ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ କରିଥିବା ଅଭିଯୋଗରେ କଂଗ୍ରେସ ପ୍ରତିବାଦ ପ୍ରଦର୍ଶନ କରିଛି ।

ଏହି କ୍ରମରେ ଭୁବନେଶ୍ୱର କଂଗ୍ରେସ ଭବନ ସମ୍ମୁଖରେ ଓଡିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ପିସିସି ସଭପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ମୌନ ସତ୍ୟାଗ୍ରହ ପାଳନ କରିଛି । ଆଜିର ମୌନ ସତ୍ୟାଗ୍ରହରେ ଓଡ଼ିଶା ପ୍ରଭାରୀ ତଥା ସାଂସଦ ଚେଲ୍ଲା କୁମାର, କଂଗ୍ରେସର ବହୁ ବରିଷ୍ଠ ନେତା ଓ କର୍ମୀ ସାମିଲ ହୋଇଛନ୍ତି । କଂଗ୍ରେସ ନେତା ପାଟିରେ କଳା ପଟି ବାନ୍ଧି ମୌନ ପ୍ରତିବାଦ କରିଛନ୍ତି ।

ସେହିପରି କର୍ଣ୍ଣାଟକର ବେଙ୍ଗାଲୁରୁରେ ମଧ୍ୟ କଂଗ୍ରେସ ମୌନ ସତ୍ୟାଗ୍ରହ ପାଳନ କରିଛି । ସେଠାରେ ମଧ୍ୟ କଂଗ୍ରେସ ନେତା ପାଟିରେ କଳା ପଟି ବାନ୍ଧି ମୌନ ପ୍ରତିବାଦ କରିଛନ୍ତି । ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସମେତ ବହୁ ନେତା ମଧ୍ୟ ଏଥିରେ ସାମିଲ ହୋଇଛନ୍ତି ।

ସେପଟେ ଛତିଶଗଡ଼ର ରାୟପୁରର ଐତିହାସିକ ଗାନ୍ଧୀ ମଇଦାନରେ ଏହି ସତ୍ୟଗ୍ରହରେ ରାଜ୍ୟର ସମସ୍ତ କଂଗ୍ରେସ ନେତା ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ, ରାଜ୍ୟ ଦାୟିତ୍ୱରେ ଥିବା ପ୍ରଭାରୀ କୁମାରୀ ସୈଲଜା, ପିସିସି ସଭାପତି ମୋହନ ମାର୍କମ ଏବଂ ସଂଗଠନର ବହୁ ବଡ ନେତା ଏକାଠି ମୌନ ରହି ବିରୋଧ କରୁଛନ୍ତି।

Related Posts