ବିଏମ୍‌ସିର ସ୍ବାୟତ୍ତ ଶାସନ ଦିବସ ପାଳନକୁ ବିରୋଧ, ବିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲା ବିଜେପି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜଧାନୀ ଭୁବନେଶ୍ୱରରେ ଅଳିଆ ସମସ୍ୟା, ଡ୍ରେନେଜ ଅବ୍ୟବସ୍ଥା, ଡେଙ୍ଗୁ ସମସ୍ୟା ଅଣାୟତ, ରାସ୍ତାଘାଟ ମରଣଜନ୍ତା ଓ ବର୍ଷାପାଣିରେ ରାସ୍ତା ସମସ୍ୟା ରହିଥିଲେ ମଧ୍ୟ ବିଏମ୍‌ସି ତରଫରୁ ସ୍ବାୟତ୍ତ ଶାସନ ଦିବସ ପାଳନ କରାଯିବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ। ଗୁରୁବାର ଏହି ସ୍ବାୟତ୍ତ ଶାସନ ଦିବସକୁ ବିରୋଧ କରି ଭୁବନେଶ୍ୱର ଜିଲ୍ଲା ବିଜେପି ତରଫରୁ ବିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ ହୋଇଥିଲା। ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ଧାରଣାରେ ସମସ୍ତ କାର୍ଯ୍ୟକର୍ତା ମୁହଁରେ କଳା ପଟି ପିନ୍ଧି ପ୍ରତିବାଦ କରିଥିଲେ।

ରାଜଧାନୀ ବାସିନ୍ଦାଙ୍କ ସମସ୍ୟାର ସମାଧାନ ପାଇଁ ବାରମ୍ବାର ଦାବୀ କରାଯିବା ସତ୍ୱେ କୈାଣସି ପଦକ୍ଷପେ ଗ୍ରହଣ କରାଯାଉନାହିଁ । ବିଏମ୍‌ସି ଓ ରାଜ୍ୟ ସରକାରଙ୍କ ଅପାରଗତା ଓ ସ୍ଥାଣୁତା କାରଣରୁ ଜନସାଧାରଣ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ବୋଲି ଶ୍ରୀ ବାବୁ ସିଂ କହିଛନ୍ତି। ୨୦ ଦିନ ଧରି ରାଜଧାନୀରେ ଆବର୍ଜନା ଗଦା ହେଲା। କ’ଣ ସମାଧାନ କଲେ କେଜାଣି ଆବର୍ଜନା ତଥାପି ସଫା ହୋଇ ନାହିଁ। ସ୍ମାର୍ଟ ସିଟି ଗନ୍ଧେଇଲାଣି। ସହର ବିଶ୍ବସ୍ତରୀୟ ବୋଲି ସରକାର କହି ବୁଲୁଛନ୍ତି, ହେଲେ ଏଠି ଯିଏ ରହିଛି ସେ ଜାଣିଛି ସହରର ଅବସ୍ଥା କ’ଣ। ଘଣ୍ଟାଏ ବର୍ଷା ହେଲେ ବନ୍ୟା ହେଉଛି। ରାସ୍ତା ଜାଣି ନପାରି ‌ମୁକୁଳା ଡ୍ରେନରେ ପଡ଼ି ଲୋକେ ଜୀବନ ହାରୁଛନ୍ତି। ଭୁବନେଶ୍ୱର ବାସୀଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ବିଏମସି ନଯୋଗାଇବା ପର୍ଯ୍ୟନ୍ତ ଜିଲ୍ଲା ବିଜେପି ରାଜରାସ୍ତାରେ ପ୍ରତିବାଦ କରିବା ସହିତ ଲୋକଙ୍କ ପାଖକୁ ଯିବ ବୋଲି ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି କହିଛନ୍ତି।

ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଭାରୀ ଭୁବନ ମୋହନ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ହିଂମାଶୁ ଶେଖର ଛୋଟରାୟ, ଅଭିଷେକ ଆଚାର୍ଯ୍ୟ, ଦିଲ୍ଲୀପ ବେହେରା, ଜିଲ୍ଲା ଉପସଭାପତି ନିରଞ୍ଜନ ରାଉତରାୟ, ସୁର ଜେନା, ମାନସୀ ରାୟ, ତୃପ୍ତିମୟୀ ମକଦ୍ଦମ, ମନରଞ୍ଜନ ସ୍ୱାଇଁ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମୁଦୁଲି ସାମିଲ ଥିଲେ।

Related Posts