ପଞ୍ଜାବ କଂଗ୍ରେସ ରାଜ୍ୟ ସଗଂଠନରେ ବଡ଼ ପରିବର୍ତ୍ତନ : ଅମରିନ୍ଦର ହେଲେ ପଂଜାବ କଂଗ୍ରେସର ସଭାପତି, ପ୍ରତାପ ସିଂ ବାଜୱା ବିଧାୟକ ଦଳ ନେତା

ନୂଆଦିଲ୍ଲୀ : ଚଳିତ ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସ ର ଶୋଚନୀୟ ପରାଜୟ ହୋଇଛି | କଂଗ୍ରେସ ହାତରୁ ରାଜ୍ୟର ସମସ୍ତ କ୍ଷମା ଚାଲି ଚାଲିଯାଇଛି | ତେବେ ପରାଜୟ ପରେ ଦଳକୁ ସୄଢୁଡା କରିବା ପାଇଁ ଅଂଟା ଭିଡିଛି ଦଳ | ଏନେଇ ରାଜ୍ୟ ସଗଂଠନରେ ବଡ଼ ପରିବର୍ତ୍ତନ କରିଛି | କଂଗ୍ରେସ ପଂଜାବରେ ନୂଆ ସଭାପତି ଚୟନ କରିଛି | ଦଳର ଯୁବ କଂଗ୍ରେସର ପୂର୍ବତନ ସଭାପତି ଅମରିନ୍ଦର ସିଂହ ବରାଡ (ରାଜା ୱାରିଙ୍ଗ)କୁ ପଂଜାବ କଂଗ୍ରେସ ମୁଖ୍ୟ (ପିସିସି) ନିଯୁକ୍ତ କରାଯାଇଛି । ପଂଜାବ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ନବଜ୍ୟୋତ ସିଦ୍ଧୁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । କଂଗ୍ରେସ ସାଧାରଣ ସଂପାଦକ କେସି ବେଣୁଗୋପାଳ ଶନିବାର ଏହି ସୂଚନା ଦେଇଛନ୍ତି ।

ଏହା ବ୍ୟତୀତ ଭାରତ ଭୂଷଣ ଆଶୁଙ୍କୁ କାର୍ଯ୍ୟକାରୀ ସଭାପତି ଓ ପ୍ରତାପ ସିଂହ ବାଜୱାଙ୍କୁ ସିଏଲପି ନେତା ନିଯୁକ୍ତ କରାଯାଇଛି । ଏହା ବ୍ୟତୀତ ଡ. ରାଜ କୁମାରଙ୍କୁ ଡେପୁଟି ସିଏଲ୍‌ପି କରାଯାଇଛି । ପ୍ରତାପ ସିଂହ ବାଜୱା ରାଜ୍ୟସଭା ସାଂସଦ ଅଛନ୍ତି । ଅମରିନ୍ଦର ସିଂହ ଓ ପ୍ରତାପ ସିଂହଙ୍କୁ ରାହୁଲ ଗାନ୍ଧୀଙ୍କ ଅତି ନିକଟତର କୁହାଯାଇଥାଏ ।

କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ସଂଗଠନକୁ ମଜବୁତ କରିବା ଆରମ୍ଭ କରିଦେଇଛି । କଂଗ୍ରେସ ମହାସଚିବ କେସି ବେଣୁଗୋପାଳ କହିଛନ୍ତି ଯେ, ରାଜ୍ୟ ଶାଖାର ସଂପ୍ରସାରଣ ପାଇଁ ନୂଆ ପଦାଧିକାରୀ ନିଯୁକ୍ତ କରାଯାଇଛି । ଏଆଇସିସି ୪୦ ଜଣ ବରିଷ୍ଠ ନେତାଙ୍କୁ କେପିସିସି ଉପସଭାପତି ଓ ୧୦୯ ଜଣଙ୍କୁ ସାଧାରଣ ସଂପାଦକ ନିଯୁକ୍ତ କରିଛି । ସୂଚନାଯୋଗ୍ୟ, କର୍ଣ୍ଣାଟକରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବ ।

Related Posts