ପୁରୀ: ଶ୍ରୀକ୍ଷେତ୍ରରେ ପଡ଼ିଲା ରକ୍ତର ଛିଟା । ପୁରୀରେ ଜଣେ ସେବାୟତଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୁତ୍ତ | ମୃତକ କୃଷ୍ଣଚନ୍ଦ୍ର ପ୍ରତିହାରୀ | ବାରବାଟୀ ଜାଗା ନିକଟରେ ସେବାୟତଙ୍କୁ ଦୁର୍ବୃତ୍ତଙ୍କ ଗୁଳିମାଡ଼ କରିଥିଲେ ଦୁର୍ବୁତ୍ତ ।
ସୂଚନାଯୋଗ୍ୟ, ସୁୁଆର ମହାସୁଆର ନିଯୋଗର ସାଧାରଣ ସମ୍ପାଦକ ଥିଲେ କୃଷ୍ଣଚନ୍ଦ୍ର ପ୍ରତିହାରୀ । ତାଙ୍କ ଘର ନିକଟରେ ଗୁଳି କରାଯାଇଛି । ଏଥିରେ ସେ ଗୁରୁତର ହୋଇପଡିଥିଲେ । ତୁରନ୍ତ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ମୃତ୍ୟୁ ଖବର ଶୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛନ୍ତି ଜିଲ୍ଲାପାଳ । ଜିରୋ ପଏଣ୍ଟରୁ କୃଷ୍ଣଚନ୍ଦ୍ରଙ୍କୁ ଗୁଳିମାଡ଼ କରାଯାଇଥିବା ସ୍ଥାନୀୟଲୋକେ ସୂଚନା ଦେଇଛନ୍ତି । ବହୁ ଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟା ଘଟଣାରେ ଜେଲ ଯାଇଥିଲେ କୃଷ୍ଣଚନ୍ଦ୍ର |





