ତଥାଗତଙ୍କ ଭାଇରଲ ଭିଡିଓକୁ ନେଇ ପ୍ରଶ୍ନ

ଭୁବନେଶ୍ୱର,୧୧/୬ (ସତ୍ୟପାଠ ବ୍ୟୁରୋ): ପିପିଲି ଟୋଲ ଗେଟ ରେ ପୂର୍ବତନ ସାଂସଦ ତଥା ଧରିତ୍ରୀର ସମ୍ପାଦକ ତଥାଗତ ଶତପଥୀ ଓ ଟୋଲ କର୍ମଚାରୀଙ୍କ ଯୁକ୍ତିତର୍କ ର ଭିଡିଓ ଏବେ ଚାରିଆଡେ ଭାଇରଲ ହେବାରେ ଲାଗିଛି | ଏହି ଭାଇରଲ ଭିଡିଓକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠୁଛି | ପ୍ରଥମ କଥା ହେଲା ତଥାଗତ ଶତପଥୀ ହେଉଛନ୍ତି ଜଣେ ଆଧୁନିକ, ଶିକ୍ଷିତ, ଡିଜିଟାଲ ଓ ଇ-କମର୍ସ କୁ ବୁଝିଥିବା ଧନୀକ ଶ୍ରେଣୀର ଜଣେ ବ୍ୟକ୍ତି | ଏପରି ସ୍ଥଳେ କଥା ଉଠୁଛି କଣ ତଥାଗତ ଶତପଥୀଙ୍କ ଗାଡ଼ିରେ ଟୋଲ ପ୍ୟାସେଜ ପାଇଁ ଡିଜିଟାଲ ବ୍ୟବସ୍ଥା କରାଯାଇଥିବା ଫାଷ୍ଟଟ୍ୟାଗ ବ୍ୟବସ୍ଥା ଥିଲା ନା ନାହିଁ | ଯଦି ଫାଷ୍ଟଟ୍ୟାଗ ଥିଲା ସେ ତାହାର କାହିଁକି ବ୍ୟବହାର କଲେ ନାହିଁ | ଆଉ ଯଦି ଏହି ଫାଷ୍ଟଟ୍ୟାଗ ରିଚାର୍ଜ ସରିଯାଇଥିଲା ଏନେଇ ତାଙ୍କ ମୋବାଇଲକୁ ମ୍ୟାସେଜ ଆସିଥିବ ନିଶ୍ଚୟ | ଆଉ ଏହାକୁ ପୁନଃ ରିଚାର୍ଜ କରିବା ପାଇଁ ମାତ୍ର କେଇ ମିନିଟ ର ସମୟ ଦରକାର | ଯାହାକି ତଥାଗତ ନିଜେ କିମ୍ବା ତାଙ୍କ ସହଯୋଗୀଙ୍କ ଦ୍ୱାରା ଅନାୟାସରେ କରି ପାରିଥାନ୍ତେ | ଏବେ ପ୍ରଶ୍ନ ଉଠୁଛି ସେ ଏଭଳି କାହିଁକି କଲେ ନାହିଁ ? ନା ତଥାଗତଙ୍କ ଗାଡିରେ ଏହି ଫାଷ୍ଟଟ୍ୟାଗ ହିଁ ନାହିଁ ଆଉ ସେ ଟୋଲରେ ଧାର୍ଯ୍ୟ ଦର ଠାରୁ ଦିଗୁଣା ପଇସା ଦେଇ ଯାତାୟାତ କରୁଛନ୍ତି |

ଏଠାରେ ଆଉ ଏକ ପ୍ରଶ୍ନ ଯେ ତଥାଗତ ଫାଷ୍ଟଟ୍ୟାଗ ଥିବା ସତ୍ୱେ ଏବେ 2000 ଟଙ୍କାକୁ ନେଇ ଚାଲିଥିବା ରାଜନୀତିର ଖୁଲାସା କରିବାକୁ ଚେଷ୍ଟା କରୁଥିଲେ କି ? କାହିଁକି ନା ଯାହା ଭାଇରଲ ଭଡ଼ିଓରେ ଦେଖିବାକୁ ମିଳୁଛି ଟୋଲ କର୍ମଚାରୀ ତାଙ୍କ ଗାଡି ନିକଟକୁ ଆସିବା ପୂର୍ବରୁ ତଥାଗତ ନିଜ ମୋବାଇଲ ବାହାର କରି ରେକର୍ଡ଼ିଂ ଆରମ୍ଭ କରିଦେଇଥିଲେ | ଅର୍ଥାତ ତଥାଗତ ବାବୁ ଜାଣିଥିଲେ କି 2000 ଟଙ୍କା କୁ ନେଇ କିଛି ଘଟଣା ଘଟିପାରେ ଆଉ ଏହି ସମୟର ଭିଡିଓ ଟି କାମ ଦେବ |

ଯଦି ତଥାଗତ ବାବୁଙ୍କର ଉଦେଶ୍ୟ ଥିଲା ଯେ ଟୋଲ ଗେଟ ରେ 2000 ଟଙ୍କା ନନେଇ ଲୋକ ମାନଙ୍କୁ ହଇରାଣ କରୁଥିବାର ଷ୍ଟ୍ରିଙ୍ଗ ଅପରେସନ ଟିଏ କରୁଥିଲେ ତାହେଲେ କଥା ଭିନ୍ନ | ତା ନହେଇ କି ଯଦି ତାଙ୍କର ଉଦେଶ୍ୟ ଥାଏ ଯେ 2000 ଟଙ୍କାର ବ୍ୟବହାର କୁ ନେଇ ମାର୍କେଟ ରେ ଯେଭଳି ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି ସେ ସମ୍ପର୍କରେ ସଚେତନତା ସୃଷ୍ଟିକରିବା ପାଇଁ ଏହା ଉଦିଷ୍ଟ ଥିଲା ତାହା ସ୍ୱାଗତ ଯୋଗ୍ୟ | ହେଲେ ସାଧାରଣ ଲୋକଙ୍କ କହିବା କଥା ଯେ ତଥାଗତ ବାବୁଙ୍କ ଭଳି ଲୋକ ଟୋଲ ଗେଟ ରେ ସାଧାରଣ ସିକ୍ୟୁରିଟି କର୍ମଚାରୀଙ୍କ ସହ ଯୁକ୍ତି କରିବା ଅପେକ୍ଷା ଫାଷ୍ଟଟ୍ୟାଗ ବ୍ୟବହାର କରିବା ଟା ଗ୍ରହଣ ଯୋଗ୍ୟ |

Related Posts