ଭୁବନେଶ୍ୱର,୦୩/୫(ସତ୍ୟପାଠ ବ୍ୟୁରୋ): ବିଜେଡି ଛାଡ଼ିଛନ୍ତି ପୂର୍ବତନ ବିଧାୟକ ରବିନାରାୟଣ ମହାପାତ୍ର। ସେ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ରବି ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ନୟାଗଡ଼ ଜିଲ୍ଲା ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।
ସୂଚନା ଅନୁସାରେ, ରବି ନାରାୟଣ ଟିକେଟ୍ ଆଶାୟୀ ଥିବା ବେଳେ ଦଳ ତାଙ୍କୁ ଟିକେଟ୍ ଦେଇ ନ ଥିବାରୁ ସେ ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିଥିବା କୁହାଯାଉଛି । ତେବେ ବର୍ତ୍ତମାନ ଦଳରେ କ୍ରମାଗତ ଅଣଦେଖ ହେବାରୁ ବିଜେଡି ଛାଡିଥିବା ସୂଚନା ଦେଇଛନ୍ତି ରବି ନାରାୟଣ ମହାପାତ୍ର ।
ସୂଚନାଯୋଗ୍ୟ, ୨୦୧୪ରେ ରଣପୁର ବିଧାନସଭା ନିର୍ବାଚନରେ ବିଜୟ ଲାଭ କରିଥିଲେ ରବିନାରାୟଣ ମହାପାତ୍ରଏବଂ ୨୦୧୨ ରୁ ୨୦୧୪ ପର୍ଯ୍ୟନ୍ତ ବିଜେଡିର ରାଜ୍ୟସଭା ସାଂସଦ ରହିଥିଲେ।





