ବିଜେବି କଲେଜରୁ ପୁଣି ଆସିଲା ରାଗିଂ ଅଭିଯୋଗ, ଥାନାରେ ମାମଲା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା ପଚର କାରଣ ରାଗିଂ ଅଭିଯୋଗ ହେଉଥିବା ବେଳେ ବିଜେବି କଲେଜ ଅଧ୍ୟକ୍ଷ ରାଗିଂ କଥାକୁ ସିଧାସିଧା ଅସ୍ୱୀକାର କରିଥିଲେ । ଏପଟେ ଝିଅକୁ ନ୍ୟାୟ ଦାବିରେ ରୁଚିକାଙ୍କ ପରିବାର କଲେଜ ଗେଟ୍ ଆଗରେ ଧାରଣା ଜାରି ରଖିଛନ୍ତି । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ଆଉ ଏକ ରାଗିଂ ଘଟଣା। ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ ବାଣିଜ୍ୟ ବିଭାଗ ର ଜଣେ ଛାତ୍ର ଏନେଇ ଅଭିଯୋଗ କରିଛନ୍ତି ଓ ଏବିଷୟରେ ସେ ବଡଗଡ ଥାନା ରେ ଅଭିଯୋଗ କରିଥିବା ମଧ୍ୟ ଗଣମାଧ୍ୟମକୁ କହିଛନ୍ତି।

ସେ ଗୁରୁତର ଅଭିଯୋଗ ଆଣି କହିଛନ୍ତି ଯେ ଗତକାଲି କଲେଜ୍ ର କିଛି ଛାତ୍ର ତାଙ୍କୁ ଜଣେ ଅଧ୍ୟାପକ ଙ୍କ ସାମ୍ନା ରେ ରାଗିଂ କରିବା ସହ ଅଶ୍ଳୀଳ ଭାଷା ରେ ଗଲି ଗୁଲଜ କରୁଥିଲେ ଏନେଇ ସେ ଥାନା ର ଦ୍ବାରସ୍ଥ ହୋଇଛନ୍ତି ଓ ଥାନା ଅଧିକାରୀ ଏହି ଘଟଣା ବିଷୟରେ କଲେଜ୍ ଅଧକ୍ଷ ଙ୍କୁ ଫୋନ୍ କରିଥିଲେ ମଧ୍ୟ ସେ ଫୋନ୍ ଉଠାଉ ନଥିବା କହିଛନ୍ତି।

Related Posts