ରାହୁଲ ଗାନ୍ଧୀ ବିଜେପି ପାଇଁ ଆଶୀର୍ବାଦ: ଆସାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଗୁଲାମ ନବୀ ଆଜାଦଙ୍କ କଂଗ୍ରେସରୁ ଇସ୍ତଫା ଦେବା ପରେ ଏବେ ଜୋର୍ ଧରିଛି ରାଜନୀତି । ଅନେକ ଏଁବେ କଂଗ୍ରେସ୍ କୁ ଟାର୍ଗେଟ କରିଛନ୍ତି । ସେପଟେ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି ସେ (ରାହୁଲ ଗାନ୍ଧୀ) ବିଜେପି ପାଇଁ ଏକ ଆଶୀର୍ବାଦ। ଏହାସହ ସେ ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ପତ୍ର କଥା ମଧ୍ୟ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, ୨୦୧୫ରେ ସେ କଂଗ୍ରେସ ଛାଡିବା ସମୟରେ ଯେଉଁ ସବୁ କଥା ଉଲ୍ଲେଖ କରିଥିଲେ ସେ ସବୁ ଆଜଦଙ୍କ ଲେଖା ସହ ସମାନ ରହିଛି । ଅର୍ଥାତ କଂଗ୍ରେସ ପାର୍ଟିରେ ଏବେ ଯାଏଁ ସୁଧାର ହୋଇପାରି ନାହିଁ ।

ସାମ୍ୱାଦିକଙ୍କୁ ପ୍ରତିକ୍ରିୟା ଦେଇ ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଯଦି ଆପଣ ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ପତ୍ର ଏବଂ ୨୦୧୫ରେ ମୋ ଦ୍ୱାରା ଲେଖାଯାଇଥିବା ପତ୍ର ପଢିବେ, ତେବେ ଆପଣଙ୍କ ଅନେକ ସମାନତା ଦେଖିବାକୁ ପାଇବେ । କଂଗ୍ରେସରେ ସମସ୍ତେ ଜାଣିଛନ୍ତି ଯେ ରାହୁଲ ଗାନ୍ଧୀ ଅପରିପକ୍ୱ ଏବଂ ସୋନିଆ ଗାନ୍ଧୀ ଏହା ଉପରେ ଧ୍ୟାନ ଦେଇ ନାହାନ୍ତି । ସେ କେବଳ ନିଜ ପୁଅଙ୍କୁ ବଢାଇବା ପାଇଁ ପ୍ରୟାସ କରୁଛନ୍ତି । ଏହା ଏକ ବ୍ୟର୍ଥ ପ୍ରୟାସ’। ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି, ‘ଏହାର ପରିଣାମ ହେଉଛି ପାର୍ଟି ପ୍ରତି ସମର୍ପିତ ଥିବା ନେତା ଦଳ ଛାଡୁଛନ୍ତି । ମୁଁ ଭବିଷ୍ୟବାଣୀ କରିଥିଲି ଯେ, ଗୋଟିଏ ସମୟ ଆସିବ ଯେତେବେଳେ କଂଗ୍ରେସରେ କେବଳ ଗାନ୍ଧୀ ରହିବେ ଏବଂ ତାହା ହିଁ ହେଉଛି । ରାହୁଲ ଗାନ୍ଧୀ ବାସ୍ତବରେ ବିଜେପି ପାଇଁ ବରଦାନ’।

ଉଲ୍ଲେଖଯୋଗ୍ୟ, ଗୁଲାମୀ ନବୀ ଆଜାଦ ଶୁକ୍ରବାର ନିଜ ପଦରୁ ଇସ୍ତଫା ଦେଇଥିଲେ

Related Posts