‘ଲାଡେନ ପରି ଦିଶୁଛନ୍ତି ରାହୁଲ ଗାନ୍ଧି, ଗଜନୀ ଭଳି ସବୁ ଭୁଲି ଯାଉଛନ୍ତି ନୀତୀଶ କୁମାର’: ବିହାର ବିଜେପି ମୁଖ୍ୟ

ଭୁବନେଶ୍ୱର,୧୦/୬(ସତ୍ୟପାଠ ବ୍ୟୁରୋ): ଦାଢ଼ି ବଢ଼ାଇ ଓସାମା ବିନ ଲାଡେନ ପରି ଦେଖାଯାଉଛନ୍ତି। କେବଳ ଦାଢ଼ି ବଢ଼ାଇଦେଲେ କେହି ଦେଶର ପ୍ରଧାନମନ୍ତ୍ରୀ ହୋଇଯାଆନ୍ତି ନାହିଁ | ସେହିପରି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ହେଉଛନ୍ତି ଗଜନୀ ଫିଲ୍ମର ଅମୀର ଖାନ, ଯାହାଙ୍କର ଭୁଲିବା ରୋଗ ଆରମ୍ଭ ହୋଇଗଲାଣି । ଏଭଳି ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି ବିହାରର ବିଜେପି ପ୍ରଦେଶ ଅଧ୍ୟକ୍ଷ ସମ୍ରାଟ ଚୌଧୁରୀ।

ବିହାରର ଅରରିୟାରେ ଏକ ଜନସଭାକୁ ସମ୍ବୋଧନ କରି ସମ୍ରାଟ ଚୌଧୁରୀ କହିଛନ୍ତି ଯେ, ରାହୁଲ ଗାନ୍ଧି ଦାଢ଼ି ବଢ଼ାଇ ଏବେ ଓସାମା ବିନ ଲାଡେନଙ୍କ ପରି ଦିଶୁଛନ୍ତି। ହେଲେ ନରେନ୍ଦ୍ର ମୋଦିଙ୍କ ପରି ଦେଶର ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି। କେବଳ ଦାଢ଼ି ବଢ଼ାଇଦେଲେ କେହି ଦେଶର ପ୍ରଧାନମନ୍ତ୍ରୀ ହୋଇଯାଆନ୍ତି ନାହିଁ ବୋଲି କହିବା ସହିତ ରାହୁଲ ରାଜନୀତିରେ ଜଣେ ୫୦ ବର୍ଷୀୟ ଛୋଟ ଛୁଆ ଯାହାର ୫୦ ବର୍ଷରେ ବି ରାଜନୈତିକ ବୁଦ୍ଧି ଉଦୟ ହୋଇ ନାହିଁ ବୋଲି ସେ କହିଛନ୍ତି।

ସେପଟେ ବିଗର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିରୋଧୀଙ୍କ ମେଳି ପାଇଁ ଚଲାଇଥିବା ପ୍ରୟାସକୁ ବି ସେ ସମାଲୋଚନା କରିଛନ୍ତି। ବିରୋଧୀ ଏକଜୁଟ ହେବାକୁ ଅଣ୍ଟା ଭିଡ଼ୁଥିବା ବେଳେ କାହାକୁ ପ୍ରଧାନମନ୍ତ୍ରୀ ଚେହେରା କରିବେ ତାହା ସ୍ଥିର କରି ପାରୁ ନାହାନ୍ତି। ତେଣୁ ନୀତୀଶ କୁମାରଙ୍କ ମାନସିକ ସ୍ଥିତି ଭଲ ରହୁ ନାହିଁ। ସେହିପରି ନୀତିଶ କୁମାର ସବୁ କିଛି ଭୁଲିଯାଉଛନ୍ତି| ଗତ ନିର୍ବାଚନ କୁ ନିଜର ଶେଷ ନିର୍ବାଚନ ବୋଲି କହିଥିବା ନୀତିଶ ଏବେ ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଛନ୍ତି ତେଣୁ ତାଙ୍କ ଭୁମିକା ଗଜନୀ ଫିଲ୍ମର ଅମୀର ଖାନଙ୍କ ଚରିତ୍ର ପରି ହୋଇ ଗଲାଣି। ପ୍ରଧାନମନ୍ତ୍ରୀ ଗାଦିର ସ୍ୱପ୍ନ ତାଙ୍କୁ ପାଗଳ କରି ଦେଲାଣି। ଫଳରେ ସେ ଏବେ ଭୁଲିବା ରୋଗର ଶିକାର ହେଲେଣି ବୋଲି କହିଛନ୍ତି ସମ୍ରାଟ ଚୌଧୁରୀ ।

ଏଥିସହ ଲଭ୍‌ ଜିହାଦ ପ୍ରସଙ୍ଗ ଉଠାଇ ବିହାରରେ ଆଗକୁ ବିଜେପି ସରକାରକୁ ଆସିଲେ, ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ରାଜ୍ୟରେ ବିଜେପି ସରକାର ଆସିଲେ ସମସ୍ତ ଗୋ-ହତ୍ୟାକାରୀଙ୍କୁ ଜେଲ୍‌ ପଠାଯିବ । ଏଥିସହ ବାଲାଂଦେଶୀ ଅନୁପ୍ରବେଶକାରୀଙ୍କୁ ଖୋଜି ଖୋଜି ଦେଶରୁ ବାହାର କରାଯିବ ବୋଲି କହିଛନ୍ତି। ଭାରତରେ ରହି ପାକିସ୍ତାନର ଗୁଣଗାନ କରୁଥିବା ବ୍ୟକ୍ତିଙ୍କୁ ବି ଛଡ଼ା ଯିବାନି। ଏହି ଦେଶରେ ରହିବାକୁ ହେଲେ, ଏହି ଦେଶ ସହ ଚାଲିବାକୁ ପଡ଼ିବ ବୋଲି ସମ୍ରାଟ ଚୌଧୁରୀ କହିଛନ୍ତି।

Related Posts