ପୁରୁଣା ବଙ୍ଗଳା ନେବାକୁ ମନା କଲେ ରାହୁଲ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ନିଲମ୍ବନ ପରେ ପୁଣି ଥରେ ନିଜ ଲୋକସଭା ସଦସ୍ୟତା ଫେରି ପାଇଥିବା ରାହୁଲ ଗାନ୍ଧିଙ୍କୁ ପୁଣି ଆଲର୍ଟ ହୋଇଛି ତାଙ୍କର ପୁରୁଣା ବଙ୍ଗଳା | କିନ୍ତୁ ପୂରା ଭାରତକୁ ନିଜ ଘର ବୋଲି କହି ରାହୁଲ ଗାନ୍ଧି ଏହି ଅଫରକୁ ପ୍ରତ୍ୟାଖାନ କରିଛନ୍ତି।

ମୋଦି ସରନେମ୍‌ ମାମଲାରେ ୨ ବର୍ଷ ଜେଲ ଦଣ୍ଡାଦେଶ ମିଳିବା ପରେ ରାହୁଲ ଗାନ୍ଧିଙ୍କ ଲୋକସଭା ସଦ୍ୟସତା ଚାଲି ଯାଇଥିଲା। ଏହାପରେ ସେ ରହୁଥିବା ଦିଲ୍ଲୀର 12 ତୁଗଲାକ ଲେନ ବଙ୍ଗଳାଙ୍କୁ ତାଙ୍କଠାରୁ ପ୍ରତ୍ୟାହାର କରି ନିଆଯାଇଥିଲା।

ହେଲେ ଏହି ମାମଲାରେ ସୁପ୍ରିମକୋର୍ଟ ରହିତାଦେଶ ଲଗାଇବା ପରେ ରାହୁଲ ପୁଣି ଥରେ ନିଜ ସଦସ୍ୟତା ଫେରି ପାଇଛନ୍ତି | ଆଉ ଏହାପରେ ଗତ ଅଗଷ୍ଟ ୮ ତାରିଖରେ ତାଙ୍କୁ ଲୋକସଭା ହାଉସିଂ କମିଟି ପକ୍ଷରୁ ସମାନ ବଙ୍ଗଳା ଆଲଟ୍‌ କରାଯାଇଥିଲା। ସେତେବେଳେ ରାହୁଲ ପୁରା ଭାରତକୁ ନିଜ ଘର ବୋଲି କହି ଏହି ପ୍ରସଙ୍ଗକୁ ଏଡାଇ ଯାଇଥିଲେ | ତେବେ ସରକାରୀ ଭାବେ 15 ଦିନ ମଧ୍ୟରେ ରାହୁଲଙ୍କୁ ବଙ୍ଗଳା ଆଲଟ୍‌ ସଂପର୍କରେ ମତାମତ ଦେବାକୁ କୁହାଯାଇଥିବାବେଳେ ଗତକାଲି ରାହୁଲ ଲୋକସଭା ହାଉସିଂ କମିଟିକୁ ଚିଠି ଲେଖି ଏହି ବଙ୍ଗଳା ନେବେ ନାହିଁ ବୋଲି ଜଣାଇଛନ୍ତି ।

ତେବେ ରାହୁଲ ଗାନ୍ଧି 2004ରେ ଆମେଠିରୁ ପ୍ରଥମ ଥର ସାଂସଦ ହେବା ପରଠୁ ଗତ ୧୯ ବର୍ଷ ହେବ ଏହି ସରକାରୀ ବଙ୍ଗଳାରେ ରହି ଆସୁଥିଲେ। ମାତ୍ର ଲୋକସଭା ସଦସ୍ୟତା ହରାଇବା ପରେ ଉକ୍ତ ବଙ୍ଗଳା ଖାଲି କରିବାକୁ ତାଙ୍କୁ କୁହାଯାଇଥିଲା। ଆଉ ରାହୁଲ ମଧ୍ୟ ବଙ୍ଗଳା ଛାଡିଥିଲେ | ଏହି ପ୍ରସଙ୍ଗ ସେତେବେଳେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ସେବେଠାରୁ ରାହୁଲ ନିଜ ମା’ଙ୍କ 10 ଜନପଥ ସ୍ଥିତ ସରକାରୀ ବଙ୍ଗଳାରେ ରହୁଛନ୍ତି |

Related Posts