ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା: ୩ ମାସ ମଧ୍ୟରେ ମାମଲା ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଖୁବଶୀଘ୍ର ହୋଇପାରେ ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରୀୟଦର୍ଶିନୀଙ୍କ ଛାଡପତ୍ର | ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା ୩ ମାସ ମଧ୍ୟରେ ସାରିବାକୁ କଟକ ଫ୍ୟାମିଲି କୋର୍ଟକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୪ ସପ୍ତାହ ମଧ୍ୟରେ ଜବାବ ସୁଆଲ ଶେଷ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା ଫ୍ୟାମିଲି କୋର୍ଟରେ ତ୍ୱରିତ ଶୁଣାଣି କରିବାକୁ ଅନୁଭବ ମହାନ୍ତି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଘଂନ ହେଉଥିବା ଦର୍ଶାଇଥିଲେ ଅନୁଭବଙ୍କ ଓକିଲ । ବର୍ଷାଙ୍କୁ ଅହେତୁକ ଅନୁକମ୍ପା ଦର୍ଶାଯାଉଥିବା ହାଇକୋର୍ଟରେ ଅଭିଯୋଗ ହୋଇଥିଲା ।

ତେବେ ରାଜ୍ୟର ଚର୍ଚ୍ଚିତ ଷ୍ଟାର ଦମ୍ପତି ବର୍ଷା ଏବଂ ଅନୁଭବ ଗତ ୨୬ ତାରିଖରେ ପୁଣିଥରେ ପରିବାର ଅଦାଲତରେ ହାଜର ହୋଇଥିଲେ। କୋର୍ଟଙ୍କ ପୂର୍ବ ନିର୍ଦେଶ ମୁତାବକ ସୋମବାର ବର୍ଷାଙ୍କୁ ଜେରାର ସମ୍ମୁଖୀନ ହେବାକୁ ପଡିଥିଲା। ଅପରାହ୍ନ ୩ ଟାରୁ ସାଢେ ୪ ଟା ଯାଏଁ ବିଭିନ୍ନ ପ୍ରସଙ୍ଗକୁ ନେଇ ବର୍ଷାଙ୍କୁ ଜେରା କରିଥିଲେ ପ୍ରତିପକ୍ଷ ଓକିଲ। ଏପରି ନିଜେ ଅନୁଭବ ମଧ୍ୟ ପତ୍ନୀ ବର୍ଷାଙ୍କୁ ଅନେକ ପ୍ରଶ୍ନ କରିଥିଲେ। ଯେହେତୁ ଉଭୟ ପକ୍ଷ ପରସ୍ପର ବିରୋଧରେ ଏକାଧିକ ମାମଲା ଦାୟର କରିଛନ୍ତି, ତେଣୁ ଉଭୟ ବର୍ଷା ଏବଂ ଅନୁଭବ ଆଉ ଏକାଠି ରହିବାର ସମ୍ଭାବନା ନାହିଁ ବୋଲି ଯୁକ୍ତି ରଖିଥିଲେ ଅନୁଭବଙ୍କ ଓକିଲ। ତେଣୁ ବିବାହ ବିଛେଦ ଲାଗି ସାଂସଦ ଅନୁଭବ ଯେଉଁ ଆବେଦନ କରିଛନ୍ତି ତାକୁ ପରିବାର ଅଦାଲତ ଅନୁମତି ଦିଅନ୍ତୁ ବୋଲି ଅନୁଭବଙ୍କ ତରଫରୁ କୋର୍ଟଙ୍କୁ ପ୍ରାର୍ଥନା କରାଯାଇଥିଲା।

Related Posts