ରାଜଘାଟ ଠାରେ ବିପଦ ସଂକେତ ଟପିଲା ସୁବର୍ଣ୍ଣରେଖା: ଭୋଗରାଇ ବ୍ଲକର ୨୦ଟି ପଂଚାୟତ ପ୍ରଭାବିତ ହେବା ଆଶଙ୍କା

ଜଳେଶ୍ୱର : ବିପଦସଙ୍କେତ ଉପରେ ପ୍ରଭାବିତ ହେଉଛି ସୁବର୍ଣ୍ଣରେଖା । ରାଜଘାଟ ଠାରେ ବିପଦ ସଂକେତ ଟପିଛି ସୁବର୍ଣ୍ଣରେଖା ଜଳସ୍ତର। ରାଜଘାଟରେ ବିପଦସଙ୍କେତ ୧୦.୩୬ ମିଟର ଥିଲାବେଳେ ସୋମବାର ସକାଳ ୬ଟା ସୁଦ୍ଧା ଜଳସ୍ତର ୧୧.୯୦ ମିଟର ଉପରେ ପ୍ରବାହିତ ହେଉଛି।

ତେବେନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ପ୍ରଭାବରେ ଝାଡ଼ଖଣ୍ଡ ଅଞ୍ଚଳରେ ବର୍ଷା ହେବା ଯୋଗୁଁ ଗାଲୁଡିହ ବ୍ୟାରେଜରୁ ୧୬ଟି ଗେଟ ଯୋଗେ ୪ଲକ୍ଷ ୨୫ ହଜାର କୁସେକ୍ ପାଣି ଛଡା ଯାଇଛି। ଯାହାଫଳରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢିବାରେ ଲାଗିଛି। ବାଲିଆପାଳ ବ୍ଲକ ର ତଳିଆ ଅଞ୍ଚଳ ଅସ୍ତି, ରସୁଲପୁର, ବିଷ୍ଣୁପୁର, ସୂର୍ଯ୍ୟପୁର, କୁଡ଼ମାନସିଂହ, ସୁଙ୍ଘମୁହଁ ଇତ୍ୟାଦି ଅଞ୍ଚଳରେ ବନ୍ୟା ପାଣି ପ୍ରଵେଶ କରୁଛି । ଭୋଗରାଇ ବ୍ଲକର ୨୦ଟି ପଂଚାୟତ ର ୮୦ଟି ଗାଁ ପ୍ରଭାବିତ ହେବା ଆଶଙ୍କାରେ ବ୍ଲକ ପ୍ରଶାସନ ଓ ପଂଚାୟତ ପ୍ରତିନିଧି ମାନଂକୁ ଲୋକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କୁମ୍ଭୀରଗଡ଼ି, ଖରିଦପିପଲ, ପଂତେଇ, ଅଡଙ୍ଗ ପଂତେଇ, ଆରୁହାବୃତ୍ତି , ରସଲପୁର, ମନୁନଗର ପ୍ରଭୃତି ଅଞ୍ଚଳରେ ବନ୍ୟା ପାଣି ପ୍ରବେଶ କରୁଛି। ବନ୍ୟା ଅଂଚଳରେ ଶିକ୍ଷାନୁଷ୍ଠାନ ବନ୍ଦ କରା ଯାଇଛି। ବାତ୍ୟା ଆଶ୍ରୟ ସ୍ଥଳୀକୁ ଲୋକ ମାନଙ୍କୁ ସ୍ଥାନାନ୍ତର କରାଯାଇଛି।

Related Posts