ମୋଦି ସରକାରଙ୍କ ପାଇଁ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ମିଳିଲା ଜାମିନ: କଂଗ୍ରେସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୋଦି ସରକାରଙ୍କ ପାଇଁ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ମିଳିଲା ଜାମିନ ବୋଲି କଂଗ୍ରେସ ଅଭିଯୋଗ କରିଛି । ସେପଟେ ସମ୍ବିଧାନର ଧାରା ୧୪୨ରେ ଥିବା କ୍ଷମତା ପ୍ରୟୋଗ କରି ଆଜି ସୁପ୍ରିମକ‌ୋର୍ଟ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଏ. ଜି. ପେରାରୀବଲନ୍‌ଙ୍କୁ ମୁକ୍ତ କରିବା ଲାଗି ଆଦେଶ ଦେଇଛନ୍ତି। ସୁପ୍ରିମକ‌ୋର୍ଟଙ୍କ ଏହି ଆଦେଶ ଏବେ ଅନେକଙ୍କୁ ଆଶ୍ଚର୍ୟ୍ୟ କରିଥିବା ବେଳେ ଏଭଳି ରାୟ ପାଇଁ ମୋଦୀ ସରକାରଙ୍କୁ ଦାୟୀ କରିଛି କଂଗ୍ରେସ। ଆତଙ୍କବାଦ ପ୍ରତି ସରକାରଙ୍କ ଏହି ମନୋଭାବ ନିନ୍ଦନୀୟ ବୋଲି ଦଳର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ତାଙ୍କ କହିବା ମୁତାବକ, ସୁପ୍ରିମକ‌ୋର୍ଟଙ୍କ ଏହି ଆଦେଶ ଭାରତୀୟ ନାଗରିକଙ୍କ କୋଟି କୋଟି ଲୋକଙ୍କ ଭାବନାକୁ ଆଘାତ ଦେଇଛି, କାରଣ କୋର୍ଟ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ମୁକ୍ତ କରିଛନ୍ତି। ଏଥିପାଇଁ ମୋଦୀ ସରକାର ଦାୟୀ। ସେପ୍ଟେମ୍ବର ୯, ୨୦୧୮ ରେ ତାମିଲନାଡୁର ତତ୍କାଳୀନ ଏଆଇଏଡିଏମକେ- ବିଜେପି ସରକାର ତତ୍କାଳୀନ ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କୁ ଏକ ସୁପାରିଶ ପଠାଇଥିଲେ ଯେ ରାଜୀବ ଗାନ୍ଧୀଙ୍କ ହତ୍ୟା ଘଟଣାର ସମସ୍ତ ୭ଜଣ ଦୋଷୀଙ୍କୁ ମୁକ୍ତ କରାଯାଉ। ହେଲେ ରାଜ୍ୟପାଳ କୌଣସି ନିଷ୍ପତ୍ତି ନେଇ ନଥିଲେ। ସେ ନିଜେ କୌଣସି ନିଷ୍ପତ୍ତି ନନେଇ ରାଷ୍ଟ୍ରପତିଙ୍କ ନିକଟକୁ ସୁପାରିଶ ପଠାଇଥିଲେ। ହେଲେ ରାଷ୍ଟ୍ରପତି ମଧ୍ୟ କୌଣସି ନିଷ୍ପତ୍ତି ନେଇ ନଥିଲେ। ଏହି କାରଣରୁ ଏବେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ବାହାରକୁ ଆସିଛି।

Related Posts