ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ତଥା ତାଙ୍କ ସ୍ବାମୀ ପ୍ରଥମେ ମହିଳା ସଂରକ୍ଷଣ ବିଲ୍ ଉପସ୍ଥାପନ କରିଥିଲେ ବୋଲି ଆଜି କଂଗ୍ରେସ ପାର୍ଟି ତରଫରୁ ‘ମହିଳା ସଂରକ୍ଷଣ ବିଲ୍’ ଉପରେ ବିତର୍କ ଆରମ୍ଭ କରି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ କହିଛନ୍ତି। ବିତର୍କ ଆରମ୍ଭ କରି ସେ କହିଛନ୍ତି, ସ୍ବାଧୀନତା ଆନ୍ଦୋଳନରେ ମହିଳାମାନେ ବ୍ୟାପକ ଭୂମିକା ନିର୍ବାହ କରିଥିଲେ।ମୋର ସ୍ବାମୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ପ୍ରଥମେ ଏହି ବିଲ୍ ଉପସ୍ଥାପନ ଥିଲେ। ଯଦି ଗୃହରେ ଏହି ବିଲ୍ ପାରିତ ହୋଇଯାଏ ତେବେ ରାଜୀବ ଗାନ୍ଧୀଙ୍କ ସ୍ୱପ୍ନ ସାକାର ହେବ। ମହିଳାମାନେ ଏଥିପାଇଁ ଆଗରୁ ଅପେକ୍ଷା କରିଥିଲେ ଏବଂ ଆଉ କିଛି ବର୍ଷ ଅପେକ୍ଷା କର ବୋଲି ଏବେ ସେମାନଙ୍କୁ କୁହାଯାଇଥିବା କଥା ସୋନିଆ ଗାନ୍ଧୀ କହିଛନ୍ତି।
ଏହି ବିଲ୍ ଉତ୍ତମ ରୂପେ ଲାଗୁ କରାଯିବାରେ ଜାତିଭିତ୍ତିକ ଜନଗଣନା ଆବଶ୍ୟକ ଏବଂ ଏଥିରେ ‘ଏସ୍ସି’ ଏବଂ ‘ଓବିସି’କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବା ଉଚିତ ବୋଲି ସେ କହିଛନ୍ତି। ସେପଟେ ସୋନିଆ ଗାନ୍ଧୀ ଜାତିଭିତ୍ତିକ ଜନଗଣନା କଥା କହିବାରୁ ସଂସଦରେ ହଟ୍ଟଗୋଳର ସୂତ୍ରପାତ ହୋଇଛି। ‘ବିଜେପି’ ସାଂସଦ ନିଶିକାନ୍ତ ଦୁବେ କହିଥିଲେ, ମହିଳାମାନଙ୍କ ପାଇଁ ‘ଓବିସି କୋଟା’କୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଉପକ୍ଷୋ କରିଥିଲେ। ମହିଳା କୋଟା ନାଁ’ରେ କଂଗ୍ରେସ ‘ଲଲିପପ୍’ ଦେଉଥିଲା ବୋଲି ସେ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ଆଜି ଲୋକସଭାରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍ ‘ମହିଳା ସଂରକ୍ଷଣ ବିଲ୍’ ଉପରେ ବିତର୍କ ଆରମ୍ଭ କରାଇ କହିଲେ କି, ମହିଳାମାନଙ୍କ ସମାନତା ଉପରେ ‘ବିଜେପି’ ସରକାରଙ୍କ ଧ୍ୟାନ ରହିଛି। ମହିଳା ସଶକ୍ତିକରଣ ନିମନ୍ତେ ଏହି ‘ବିଲ୍’ର ଗୁରୁତ୍ବ ଥିବା କଥା ବି ସେ କହିଛନ୍ତି।





