ମୁମ୍ବାଇ: ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ତଥା ଜଣାଶୁଣା ଲଭ୍ବାର୍ଡ ହେଉଛନ୍ତି ରଣବୀର କପୁର ଏବଂ ଆଲିଆ ଭଟ୍ଟ |ବେଶ କିଛି ଦିନ ହେବ ଦୁହିଁଙ୍କ ବିବାହକୁ ନେଇ ଚର୍ଚା ଜୋର ଧରିଥିବା ବେଳେ, କୁଆଡେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଥିବା ନେଇ, ଆଲୋଚନା ହେଉଥିବା | ତେବେ ଏପ୍ରିଲର ଦ୍ୱିତୀୟ ସପ୍ତାହରେ ଦୁହିଁ ଙ୍କ ହାତ ଗଣ୍ଠି ପଡିବ ବୋଲି ଏକ ପ୍ରକାରର ସୁନିଶ୍ଚିତ ହୋଇଯାଇଛି | ଏନେଇ ତାଙ୍କ ପରିବାର, ସାଙ୍ଗ ସାଥୀଙ୍କ ବ୍ୟତୀତ ଦୁହିଁଙ୍କ ପ୍ରଶଂସକଙ୍କ ମଧ୍ୟ ଉତ୍ସାହର ରହିଛି । ଉଭୟଙ୍କ ବିବାହକୁ ନେଇ ଇଣ୍ଡଷ୍ଟ୍ରି ଠାରୁ ଆରମ୍ଭ କରି ସବୁଆଡେ ଖୁବ୍ ଦବଦବା ଲାଗି ରହିଛି।
ନିକଟରେ ପରିବାର ଲୋକଙ୍କ ସହ ଅଲିଆଙ୍କୁ ମଧ୍ୟ ଡିଜାଇନର ମନୀଷଙ୍କ ସହ ଦେଖିବାକୁ ମିଳିଥିଲେ । ଏହାପରେ ବି-ଟାଉନ୍ରେ ଏବଂ ପ୍ରଶଂସକଙ୍କ ମଧ୍ୟରେ ଅନେକ ଆଲୋଚନା ଆରମ୍ଭ ହୋଇଯାଇଛି । କିନ୍ତୁ ବର୍ତ୍ତମାନ ରଣବୀର-ଆଲିଆଙ୍କ ବିବାହର ଖବର ସାମ୍ନାକୁ ଆସିଛି ।
ଖବର ଅନୁଯାୟୀ, ଉଭୟ ଏହି ମାସରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । କିଛି ଦିନ ପରେ ଦୁହେଁ ବନ୍ଧୁତ୍ୱର ସମ୍ପର୍କକୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପରିଣତ କରିବାକୁ ଯାଉଛନ୍ତି । ଏହି କପଲ୍ ସେମାନଙ୍କର ବ୍ୟକ୍ତିଗତ ଜୀବନକୁ ଲାଇମଲାଇଟ୍ ଠାରୁ ଦୂରରେ ରଖନ୍ତି। ବର୍ତ୍ତମାନ ଶୁଣିବାକୁ ମିଳିଛି ଉଭୟ ନିଜ ବିବାହରେ ଅନେକ ଲୋକଙ୍କୁ ନିମନ୍ତ୍ରଣ କରିବାକୁ ଯାଉଛନ୍ତି ଏବଂ ବିବାହ ପାଇଁ ସ୍ଥାନ ମଧ୍ୟ ବାଛି ସାରିଛନ୍ତି । ଏପ୍ରିଲର ଦ୍ୱିତୀୟ ସପ୍ତାହରେ ଏହି ବିବାହ ହୋଇପାରେ ବୋଲି କୁହାଯାଉଛି ।
ପିଙ୍କ ଭିଲ୍ଲାରେ ରିପୋର୍ଟ ଅନୁଯାୟୀ, ଦୁହେଁ ମୁମ୍ବାଇର କୌଣସି ବଡ ବଡ ତାରକା ହୋଟେଲରେ ନୁହେଁ ବରଂ ସେମାନଙ୍କ ନିଜ ଘରେ ତଥା ଆର.କେ ହାଉସରେ ବିବାହ କରିବେ ବୋଲି ରଣବୀର ଏହି ସ୍ଥାନକୁ ବାଛିଛନ୍ତି। ଆଲିଆ ଏବଂ ରଣବୀର ଯେଉଁଠାରେ ବିବାହ କରିବେ ସେମାନଙ୍କ ପୂର୍ବରୁ ରିଷି କପୁର ଏବଂ ନୀତୁ ସିଂ ବହୁ ବର୍ଷ ପୂର୍ବେ ବିବାହ କରିଥିଲେ । ବିବାହରେ ୪୫୦ ଅତିଥିଙ୍କ ତାଲିକା ପ୍ରସ୍ତୁତ କରାଯାଇଛି।





