ଭୁବନେଶ୍ୱରରେ ରେକର୍ଡ ବର୍ଷା: ୨୪ ଘଣ୍ଟାରେ ରେକର୍ଡ ହେଲା ୨୫୯ ମିଲିମିଟର ବର୍ଷା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ରେକର୍ଡ ବର୍ଷା । ୨୪ ଘଂଟାରେ ଭୁବନେଶ୍ୱରରେ ୨୫୯ ଦଶିମକ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏନେଇ ଏସଆରସିଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ୱରରେ ବର୍ଷା ଲାଗିରହିଥିବା ବେଳେ ବିଭିନ୍ନ ସ୍ଥାନ ଜଳଗମ୍ନ ହୋଇଯାଇଛି । ରାସ୍ତା ଉପରେ ପାଣି ଲହଡି ମାରୁଛି ।

ସେହିପରି ଆଜି ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ ୪ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ରେଡ ୱାର୍ଣ୍ଣିଂ ଜାରି କରଯାଇଛି । ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ୭ର ୨୦ ସେଣ୍ଟିମିଟର ବର୍ଷା ହେବ ବୋଲି କୁହାଯାଇଛି । ଏହା ପ୍ରଭାବରେ ଭୁସ୍ଖଳନ, ଜଳବନ୍ଦୀ ସମସ୍ୟା ହେବ ବୋଲି କୁହାଯାଇଛି । ସେହିପରି ୧୩ ଟି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।ଯାଜପୁର, ଭଦ୍ରକ, ଦେବଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ସୁନ୍ଦରଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକ ଓ ବାଲେଶ୍ୱରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି ।

ସେହିପରି ୧୨ ଜିଲ୍ଲାକୁ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଲଗାଣ ବର୍ଷା ଯୋଗୁ ଟ୍ୱିନ୍ ସିଟି କଟକ, ଭୁବନେଶ୍ୱରର ସ୍ଥିତି ବେହାଲ ହୋଇପଡିଛି । ଅ ତଳୁଆ ଅଂଚଳର କିଛି ଘରେ ପାଣି ପସିଯାଇଥିବା ବେଳେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସେପଟେ ତୀବ୍ର ଅବପାତର ରୂପ ନେଇଛି ଉତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ମୁତାବକ, ଏହା ଏବେ ଉତର-ପଶ୍ଚିମ ଦିଗରେ ଘଂଟା ପ୍ରତି ୨୫ କିଲୋମିଟର ବେଗରେ ଗତି କରୁଛି । ଆଜି ସନ୍ଧ୍ୟା ସୁଦ୍ଧା ବାଙ୍ଗଲାଦେଶର ଉପକୂଳ ଖେପୁପୁରା ଦେଇ ଅତିକ୍ରମ କରିବ । ଏହାର ପ୍ରଭାବରେ ରାଜ୍ୟରେ ଏବେ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି ।

Related Posts