ବିନା ଅନୁମତିରେ କଂଗ୍ରେସ ନେତାଙ୍କୁ ପ୍ରେସମିଟ୍ ମନା

ଭୁବନେଶ୍ବର,୧୯/୧(ସତ୍ୟପାଠ ବ୍ୟୁରୋ):  କଂଗ୍ରେସର ପ୍ରେସମିଟ୍ ନେଇ କଟକଣା। ବିନା ଅନୁମତିରେ ଦଳର କୌଣସି ନେତା କରିପାରିବେ ନାହିଁ ସାମ୍ବାଦିକ ସମ୍ମିଳନୀ ବୋଲି ବିଜ୍ଞପ୍ତି ଜାରି କରିଛି କଂଗ୍ରେସ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ପିସିସି ଅଫିସ ବିୟରର ଓ ଅନ୍ୟ ସମସ୍ତ ଶାଖା ପାଇଁ ଏହି ବାରଣ ଲାଗୁ ହେବ ବୋଲି ଦର୍ଶାଯାଇଛି। ମିଡିଆ ସେଲ୍ ଅଧ୍ୟକ୍ଷଙ୍କ ସହ ଆଲୋଚନା ନ କରି ଏବଂ ପିସିସି ସଭାପତିଙ୍କୁ ନ ଜଣାଇ କେହି ନିଜ ତରଫରୁ ସାମ୍ବାଦିକ ସମ୍ମିଳନୀ କରିପାରିବେ ନାହିଁ ବୋଲି କୁହାଯାଇଛି ।

Related Posts