ବିହାର: ବିହାରର ଔରଙ୍ଗାବାଦରେ ଘଟିଛି ଏକ ଅଭାବନୀୟ ଘଟଣା | ଜଣେ ଯୁବକ ପାଇଁ ୬ ଜଣ ଯୁବତୀ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି | ତେବେ ୬ ଯୁବତୀଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଛି |
ସୂଚନାଯୋଗ୍ୟ, ଜଣେ ଯୁବତୀଙ୍କୁ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା | ଏପରିକି ଯୁବତୀ ଜଣଙ୍କ ଉକ୍ତ ଯୁବକକୁ ବିବାହ କରିବା ଲାଗି ପ୍ରସ୍ତାବ ଦେଇଥିଲେ, ମାତ୍ର ଯୁବକ ଜଣକ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ | ଏନେଇ ଯୁବତୀ ଜଣଙ୍କ ବିଷ ପିଇ ଅତ୍ମହତ୍ୟ ଉଦ୍ୟମ କରିଥିଲେ | ଯୁବତୀଙ୍କ ଅବସ୍ଥା ବିଷୟରେ ଜାଣିବା ପରେ ତାଙ୍କ ସାଙ୍ଗ ମାନେ ତାଙ୍କୁ ଦେଖିବାକୁ ଘରେ ପହଞ୍ଚିଥିଲେ। ୟୁବତୀଙ୍କ ଅବସ୍ଥା ଦେଖି ତାଙ୍କର ଅନ୍ୟ ୫ ଜଣ ସାଙ୍ଗ ମଧ୍ୟ ବିଷ ପିଇଦେଲେ।
ଗୁରୁତର ଅବସ୍ଥାରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଦ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛି ।
ଏନେଇ ପୋଲିସ କହିଛି ଯେ ୬ ଜଣ ଯୁବତୀ ବିଷ ପିଇଥିଲେ, ସେଥିମଧ୍ୟରୁ ତିନିଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୩ ଜଣ ମଗଧ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଡାକ୍ତରଙ୍କ ଅନୁଯାୟୀ ଏହି ତିନି ସାଙ୍ଗଙ୍କ ଅବସ୍ଥା ଗୁରୁତର ରହିଛି | ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି |





