ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଧାନସଭା ଶୂନ୍ୟକାଳରେ ଉଠିଲା ନିଶା କାରବାର ପ୍ରସଙ୍ଗ। ଏହି ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। ଶ୍ରୀ ସେଠୀ ଗୃହରେ କହିଛନ୍ତି, ବାଲେଶ୍ଵର ଓ ଜଳେଶ୍ବର ନିଶା କାରବାରର ହବ୍ ସାଜିଛି । ପ୍ରତି ଘରେ ଘରେ ନିଶା କାରବାର ଚାଲିଛି । ରାଜ୍ୟରେ ବ୍ୟାଧି ରୂପରେ ପରିଣତ ହେଲାଣି ନିଶା କାରବାର ବୋଲି ବିଷ୍ଣୁ ସେଠୀ କହିଛନ୍ତି ।
ସେ ଆହୁରି କହିଛନ୍ତି ନେପାଳ, ବାଂଲାଦେଶରୁ ବ୍ରାଉନସୁଗାର, ଡ୍ରଗ୍ସ ରାଜ୍ୟକୁ ଆସୁଛି । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଗଞ୍ଜେଇ ରାଜ୍ୟ ବାହାରକୁ ଯାଉଛି। ଦିଲ୍ଲୀ, ବିହାର, ମହାରାଷ୍ଟ୍ର ଆଦି ରାଜ୍ୟକୁ ଚାଲାଣ ହେଉଛି । ରାଜଧାନୀ ଭୁବନେଶ୍ବର, ଖୋର୍ଦ୍ଧା, ଜଟଣୀରେ ନିଶା କାରବାର ପେଣ୍ଠସ୍ଥଳ ପାଲଟିଛି । ଆମ ଯୁବପୀଢ଼ି ମୋବାଇଲ ଓ ନିଶା ଛଡା ଆଉ କିଛି ଜାଣୁନାହାନ୍ତି । ଅବକାରୀ ଓ ପୋଲିସ କର୍ମଚାରୀ ଏଥିରେ ସମ୍ପୃକ୍ତ ରହୁଛନ୍ତି । ରାଜ୍ୟରେ ଅବକାରୀ ରାଜସ୍ବ ୨ ହଜାର କୋଟି ଟଙ୍କା ହେଲାଣି । ମଦ ଦୋକାନ ବନ୍ଦ ହୋଇପାରିବନି ତେଣୁ ବ୍ରାଉନସୁଗାର ତ ବନ୍ଦ ହୋଇପାରିବ ବୋଲି ପ୍ରଶ୍ନ କରିଛନ୍ତି ବିଷ୍ଣୁ । ଏ ପ୍ରସଙ୍ଗରେ ବିଧାନସଭାରେ ରୁଲିଂ ଦାବି କରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ।





