ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ ପରିପାରେ ଋଷ । ତେବେ ୟୁକ୍ରେନବାସୀଙ୍କ ପ୍ରବଳ ପ୍ରତିରୋଧ ଯୋଗୁଁ ରୁଷ ଚିନ୍ତିତ ହୋଇପଡ଼ିଛି । ଏଣୁ ପୁଟିନ ୟୁକ୍ରେନ ଉପରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାକୁ ବିଚାର କରିପାରନ୍ତି ବୋଲି ଜାପାନରେ ଅବସ୍ଥାପିତ ୟୁକ୍ରେନ ରାଷ୍ଟ୍ରଦୂତ ସର୍ଗି କୋରସୁନସ୍କାଏ କହିଛନ୍ତି । ଏହା ସହ ଆମେ ଶେଷ ନିଶ୍ବାସ ପର୍ୟ୍ୟନ୍ତ ଲଢିବୁ । ରୁଷ ଅଧିକାରରେ ଥିବା ଏକ ଦେଶରେ ଆମେ ରହିବାକୁ ଚାହୁଁନାହୁଁ । ପୁଟିନ ଆମକୁ ଡରେଇ ପାରିବେ ନାହିଁ । ବଳ ପ୍ରୟୋଗ କରି ସେ ଭାବୁଛନ୍ତି ଯେ ୟୁକ୍ରେନବାସୀ ନିଜ ସରକାରକୁ ଭାଙ୍ଗି ଦେଇ ରୁଷର ପ୍ରଭୁତ୍ବ ସ୍ବୀକାର କରିବେ ।
କିନ୍ତୁ ତାହା କେବେ ବି ହେବ ନାହିଁ । ଏଣୁ ପୁଟିନ ବାଧ୍ୟ ହୋଇ ପରମାଣୁ ଅସ୍ତ୍ର ପ୍ରୟୋଗ କରିପାରନ୍ତି ବୋଲି କୋରସୁନସ୍କାଏ କହିଛନ୍ତି । ତେବେ ସେ ସ୍ବୀକାର କରିଛନ୍ତି ଯେ ପରମାଣୁ ଅସ୍ତ୍ର ପ୍ରୟୋଗ ପାଇଁ ପୁଟିନ ସିଧାସଳଖ କୌଣସି ଧମକ ଦେଇନାହାନ୍ତି । ମାତ୍ର ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ସେ ଧମକ ଦେଇଥିଲେ ଯେ ଯିଏବି ଏକ୍ଷେତ୍ରରେ ରୁଷକୁ ବାଧା ଦେବ ତାହାପ୍ରତି ରୁଷ ପ୍ରତିଆକ୍ରମଣ କରିବ ଓ ଏହି ଆକ୍ରମଣ ଏପରି ତୀବ୍ର ହେବ ଯେ ଇତିହାସରେ ଏପରି କେହି ଦେଖିନଥିବେ । ଏଣୁ ଏହା ପରମାଣୁ ଅସ୍ତ୍ର ପ୍ରୟୋଗକୁ ବୁଝାଉଛି ।





