୧୪ଦିନରେ ରୁଷିଆ ଓ ୟୁକ୍ରେନ୍ ଯୁଦ୍ଧ: ଏୟାର ଷ୍ଟ୍ରାଇକ୍‌ରେ ୟୁକ୍ରେନ୍‌ର ୧୬ ବର୍ଷୀୟ ଚାମ୍ପିଅନଙ୍କ ସହ ପୂରା ପରିବାର ମୃତ

14 ଦିନରେ ପହଂଚିଛି ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଜାରିଥିବା ଯୁଦ୍ଧ । ଋଷ ଲଗାତାର ଭାବେ ୟୁକ୍ରେନ ଉପରକୁ ଗୁଳି ଓ ରକେଟ୍ ମାଡ଼ କରିଚାଲିଛି । ଏହାରି ମଧ୍ୟରେ ରୁଷିଆ ଅଧିକ ରକ୍ତମୁଖା ହୋଇ ୟୁକ୍ରେନ୍‌ର ସୁମୀ ସମେତ ଅନ୍ୟ ଅଞ୍ଚଳରେ ଏୟାର ଷ୍ଟ୍ରାଇକ କରିଛି । ଏୟାର ଷ୍ଟ୍ରାଇକ ସମୟରେ ସୁମୀର ୧୬ ବର୍ଷୀୟ ଓର୍ଟୋମ ପ୍ରିମେଙ୍କୋଙ୍କୁ ପୂରା ପରିବାର ଲୋକଙ୍କ ସହିତ ନିହତ କରାଯାଇଛି । ଅର୍ଟୋମ ପ୍ରିମେଙ୍କୋ ସାମ୍ବୋରେ ୟୁକ୍ରେନ୍‌ର ଚାମ୍ପିଅନ ଥିଲେ ।

ୟୁକ୍ରେନ୍‌ର ରାଷ୍ଟ୍ରପତି ଜେଲେନସ୍କି ଟୁଇଟ କରି କହିଛନ୍ତି ଯେ, ରୁଷିଆର ଭବିଷ୍ୟତ ସଂପର୍କରେ ବିଶ୍ୱ ଚିନ୍ତା କରୁନାହିଁ । ବିଶ୍ୱର ଜନତା ଆମ ସଂପର୍କରେ କଥା ହେଉଛନ୍ତି । ଆମକୁ ସହଯୋଗ ଦେଉଛନ୍ତି । ସେମାନେ ଯୁଦ୍ଧ ପରେ ପୂର୍ବରୁ ଯେମିତି ଥିଲୁ ସେହିଭଳି ସ୍ତରକୁ ଆସିବା ପାଇଁ ପୁଣି ପ୍ରସ୍ତୁତ ଅଛୁ । କାରଣ ଏକ ରାଷ୍ଟ୍ର ପାଇଁ ବୀରତ ସହିତ ନିଜର ରକ୍ଷା କରିବା ସବୁଠାରୁ ବଡ଼ କଥା । ସଂଯୁକ୍ତ ରାଷ୍ଟ୍ରର ଅନୁମାନରେ ପାଖାପାଖି ୪୦ ଲକ୍ଷ ଲୋକ ୟୁକ୍ରେନ ଛାଡ଼ିପାରନ୍ତି । ସଂଯୁକ୍ତ ରାଷ୍ଟ୍ରର ଉଚ୍ଚାୟୁକ୍ତ ଫିଲିପୋ ଗ୍ରାଣ୍ଡିଙ୍କ କହିବା ଅନୁସାରେ ଏହା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପରେ ସବୁଠାରୁ ଅଧିକ ଶରଣାର୍ଥୀ ସଂକଟ ବଢ଼ିଛି । ପାଖାପାଖି ୨ ସପ୍ତାହ ପୂର୍ବରୁ ରୁଷୀୟ ସେନା ୟୁକ୍ରେନରେ ପ୍ରବେଶ କରିବା ପରେ ପାଖାପାଖି ୨୦ ଲକ୍ଷ ଲୋକ ଦେଶ ଛାଡ଼ି ପଳାୟନ କରିସାରିଛନ୍ତି । ୟୁନିସେଫ ଅନୁସାରେ ଶରଣାର୍ଥୀମାନଙ୍କ ମଧ୍ୟ ପାଖାପାଖି ୫୦ ପ୍ରତିଶତ ଶିଶୁ ରହିଛନ୍ତି ।

Related Posts