ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ୫୦ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ଚନ୍ଦ୍ର ଅଭିଯାନ ଆରମ୍ଭ କରିଥିବା ଋଷକୁ ଏକ ବଡ଼ ଧକ୍କା ଲାଗିଛି । ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାକୁ ଯାଇଥିବା ଋଷର ଚନ୍ଦ୍ର ମିଶନ୍ ଲୁନା-୨୫ ଯାନ୍ତ୍ରିକ ତ୍ରୁଟି ଫଳରେ ଚନ୍ଦ୍ରପୃଷ୍ଠରେ ଖସିପଡ଼ିଛି । ଋଷର ମହାକାଶ ସଂସ୍ଥା ରସକସମସ୍ ଏନେଇ ସ୍ପଷ୍ଟ କରିଛି । ଋଷ ଅଗଷ୍ଟ ୧୧ ରେ ଲୁନା-୨୫ ଲଞ୍ଚ କରିଥିଲା ଓ ତାହା ଅଗଷ୍ଟ ୨୧ରେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାର ଥିଲା ।
ରୁଷିଆର ଲୁନା-୨୫ ମହାକାଶଯାନ ଚନ୍ଦ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ରୁଷର ସରକାରୀ ନିୟନ୍ତ୍ରିତ ସମ୍ବାଦ ସରବରାହ ସଂସ୍ଥା ଟାସ୍ ରୁଷୀୟ ମହାକାଶ ଏଜେନ୍ସି ରୋସ୍କୋସ୍ମୋସ୍କୁ ଉଦ୍ଧୃତ କରି କହିଛି। ସୂଚନାଯୋଗ୍ୟ, ଲୁନା-୨୫ର ଲ୍ୟାଣ୍ଡରରେ ଥିବା କ୍ୟାମେରା ମହାକାଶରୁ ପୃଥିବୀରୁ ଚନ୍ଦ୍ରର ଫଟୋ ଉଠାଇ ସାରିଥିଲା। ରସକସମସ୍ ମୁଖ୍ୟ ୟୁରି ବୋରିସୋଭ ଜୁନ୍ ମାସରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କହିଥିଲେ ଯେ ଚନ୍ଦ୍ରରେ ଅଭିଯାନ ବିପଦପୂର୍ଣ୍ଣ। ମିସନ ସଫଳତାର ସମ୍ଭାବନା ପ୍ରାୟ ୭୦ ପ୍ରତିଶତ ରହିଛି । ଏହା ପୂର୍ବରୁ ଗତକାଲି (୧୯ ଅଗଷ୍ଟ)ରେ ଲୁନା-୨୫ରେ କେତେକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିବା ରସକସମସ୍ ସୂଚନା ଦେଇଥିଲା । ଶେଷ ସମୟ ପର୍ଯ୍ୟନ୍ତ ଏହି ତ୍ରୁଟିକୁ ସଜଡ଼ା ଯାଇପାରିନଥିଲା । ଫଳରେ ମିସନ ବିଫଳ ହୋଇଯାଇଥିବା ସୂଚନା ମିଳିଛି।
ଅନ୍ୟପଟେ ଭାରତର ଚନ୍ଦ୍ରଯାନ ଚନ୍ଦ୍ର ଆଡ଼କୁ ଗତିକରିଚାଲିଛି ଓ ଏହା ୨୩ ଅଗଷ୍ଟ ସଂଧ୍ୟା ୬ଟା ୪ ମିନିଟ ସମୟରେ ଚନ୍ଦ୍ର ପୃଷ୍ଠାରେ ଓହ୍ଲାଇବ ବୋଲି ଆଜି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।





