ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଝଟକା, ଖେଳ ମଇଦାନରେ ପଡ଼ିଲା ୟୁକ୍ରେନ ଉପରେ ଯୁଦ୍ଧ କରିବାର ପ୍ରଭାବ: ଫୁଟବଲ ବିଶ୍ୱକପରୁ ଋଷକୁ ବାସନ୍ଦ କଲା ଫିଫା

ୟୁକ୍ରେନ ଉପରେ ଆକ୍ରମଣ କରିବା ଋଷକୁ ମହଙ୍ଗା ପଡ଼ିଛି । ଜଣଙ୍କ ପରେ ଜଣେ ଋଷ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଲାଗିଛନ୍ତି । ସାରା ବିଶ୍ବ ଋଷର ଆକ୍ରମଣକୁ ବିରୋଧ କରୁଥିବା ବେଳେ, ଏହାରି ମଧ୍ୟରୁ ବାଦ୍ ପଡ଼ିନାହାନ୍ତି ନିଜ ଦେଶର ଲୋକ। ଏବେ ଋଷ ରାଷ୍ଟ୍ରପତି ପୁଟିନଙ୍କୁ କଡା ବିରୋଧ କରି ପ୍ରଦର୍ଶନ କରୁଛନ୍ତି ନିଜ ଦେଶର ଲୋକ। ଏହାର ପ୍ରଭାବ ଖେଳ ମୈଦା ଉପରେ ମଧ୍ୟ ପଡିଛି । ଏପରି ସ୍ଥିତିରେ ଋଷ ଉପରେ କଡା ଆଭିମୁଖ୍ୟ ଦେଖାଇଛି ଫେଡେରେସନ୍ ଅଫ୍ ଇଣ୍ଟରନ୍ୟାସନାଲ ଫୁଟବଲ ଆସୋସିଏସନ୍ ।

ଶାନ୍ତି ପାଇଁ ଅପିଲ କରିଛନ୍ତି ଖେଳାଳି । ହେଲେ ଋଷ ନିଜ ଜିଦରେ ଅଟଳ ଥିବାରୁ ଏହା ବିରୋଧରେ କଠୋର ପଦକ୍ଷେପ ନେଇଛି ଫିଫା । ଫୁଟବଲ ୱର୍ଲ୍ଡ କପରୁ ଋଷକୁ ବାଦ ଦେଇଛି ଫିଫା ।

କହିରଖୁଁ ଚଳିତ ବର୍ଷ ଫିଫା ୱାର୍ଲ୍ଡ କତାରରେ ଆୟୋଜିତ ହେବାକୁ ଯାଉଛି । ଜାତୀୟ ହେଉ କି ଆନ୍ତର୍ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ହେଉ ସବୁଥିରୁ ଋଷକୁ ବାସନ୍ଦ କରାଯାଇଛି । ଇଣ୍ଟରନ୍ୟାସନାଲ ଆଇସ୍ ହକିରୁ ମଧ୍ୟ ଋଷକୁ ବାଦ ଦିଆଯାଇଛି । ଋଷ ସହ କୌଣସି ଇଭେଣ୍ଟ ଖେଳିବାକୁ ମନା କରିଦେଇଛନ୍ତି ପୋଲାଣ୍ଡ, ୱିଡେନ୍ ଓ ଚେକ୍ ରିପବ୍ଲକ୍ ।ଆଇସ୍ ହକିରେ ଆଗକୁ ଋଷକୁ ସାମନା କରିଥାନ୍ତା ପୋଲାଣ୍ଡ । ଯାହା ମସ୍କୋରେ ଅନଚୁଷ୍ଠିତ ହେବାକୁ ଥିଲା । ଉଭୟ ଫିଫା ଓ ଆଇସ୍ ହକି ୟୁଇଏଫଏ ଉଭୟ ୟୁକ୍ରେନକୁ ସହାନୁଭୂତି ଦେଖାଉଥିବାବେଳେ ଋଷକୁ ଘୋର ବିରୋଧ କରିଛନ୍ତି ।

Related Posts