ଭୂଆବେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ଦଳ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ ଭାରତ ଯୋଡ ଯାତ୍ରା ଜାରି ରହିଛି । ଏହି ଯାତ୍ରାକୁ ଏକ ମାସ ସମୟ ପୁରିଥିବା ବେଳେ ପଦଯାତ୍ରା ତାମିଲନାଡୁ ଓ କେରଳ ପରେ ଏବେ କର୍ଣ୍ଣାଟକରେ ପହଞ୍ଚିଛି। ଶନିବାର କର୍ଣ୍ଣାଟକର ତୁରୁବେକରେ ଠାରେ ଏହି ଯାତ୍ରା ପହଞ୍ଚିଥିବା ବେଳେ ଏହି ଅବସରରେ ରାହୁଲ ଗାନ୍ଧୀ ଆରଏସଏସ ଓ ସାବରକରଙ୍କୁ ଟାର୍ଗେଟ କରି ଆକ୍ରମଣାତ୍ମକ ଢଙ୍ଗରେ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ସାବରକର ଇଂରେଜମାନଙ୍କ ପାଇଁ କାମ କରୁଥିଲେ ଓ ଏଥିପାଇଁ ସେମାନଙ୍କ ଠାରୁ ଟଙ୍କା ନେଉଥିଲେ ।ଏହାସହ ଲୋକମାନେ ମହଙ୍ଗାମାଡରେ ଜର୍ଜରିତ ହେଉଥିବା ବେଳେ ସରକାର ଏହାକୁ ଲୁଚାଇବାକୁ ଗଣମାଧ୍ୟମକୁ ନିଜ ଆୟତରେ ରଖୁଥିବା ନେଇ ସେ ଅଭିଯୋଗ କରିଛନ୍ତି । ସେପଟେ ଆରଏସଏସ ଭାରତରେ ବ୍ରିଟିସ ଶାସନକୁ ସମର୍ଥନ କରୁଥିବା କଥା ମଧ୍ୟ ରାହୁଲ ଗାନ୍ଧୀ କହିଛନ୍ତି । ଏହି କାରଣରୁ ବିଜେପି ଓ ଆରଏସଏସ ଦେଶରେ ଯେଉଁ ଘୃଣାଭାବ ସୃଷ୍ଟି କରିଛି ତାହା ବିରୋଧରେ କଂଗ୍ରେସ ଭାରତ ଯୋଡ ଯାତ୍ରା କରୁଥିବା ରାହୁଲ ଗାନ୍ଧୀ କହିଛନ୍ତି ।
ଅନ୍ୟପଟେ ରାଜସ୍ଥାନରେ ଆଦାନୀ ଗ୍ରୁପର ପୁଞ୍ଜି ବିନିଯୋଗ ଉପରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇଛନ୍ତି ରାହୁଲ । ଏନେଇ ସେ କହିଛନ୍ତି ଯେ, ମୁଁ କର୍ପୋରେଟ ବିରୋଧୀ ନୁହେଁ ହେଲେ ଏକଚାଟିଆ କାରବାରର ବିରୋଧୀ। ରାଜସ୍ଥାନରେ ସରକାର ନିଜର କ୍ଷମତା ପୟୋଗ କରି ଆଦାନୀ ଗ୍ରୁପକୁ କିଛି ଲାଭ ଦେଉନଥିବା କଥା ସେ କହିଛନ୍ତି ।
ଅନ୍ୟପଟେ ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ ଯେ କେହି ବି ହେଉ ସେ ଗାନ୍ଧୀ ପରିବାରର ରିମୋର୍ଟ ମାଧ୍ୟମରେ ପରିଚାଳିତ ହେବେ ବୋଲି ବାରମ୍ବାର ବିଜେପି ଅଭିଯୋଗ କରୁଛି । ଏହି ଅବସରରେ ବିଜେପିର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ରାହୁଲ ଗାନ୍ଧୀ । ସେ କହିଛନ୍ତି ଯେ, ଏଭଳି କହିବା କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ କରିଥିବା ୨ ପ୍ରାର୍ଥୀଙ୍କ ପ୍ରତି ଘୋର ଅପମାନ। ଦଳର ନିର୍ବାଚନ ସଂପୂର୍ଣ୍ଣ ଗଣତାନ୍ତ୍ରିକ ପ୍ରକ୍ରିୟାରେ ହଉଛି ଓ ନିର୍ବାଚିତ ଅଧ୍ୟକ୍ଷ ସଂପୂର୍ଣ୍ଣ ସ୍ବାଧୀନତାର ସହିତ ନିଜର କାର୍ଯ୍ୟ କରିବେ ବୋଲି ରାହୁଲ କହିଛନ୍ତି।





