ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶିବସେନା ନେତା ସଞ୍ଜୟ ରାଉତଙ୍କ ସନସନି ଖୁଲାସା | ସଞ୍ଜୟ ରାଉତ ନିଜ ପୁସ୍ତକ “ନରକ ମେଁ ସ୍ୱର୍ଗ” ରେ ଲେଖିଛନ୍ତି କାହିଁକି ହଠାତ ନାଟକୀୟ ପରିସ୍ଥିତିରେ ଧନକଡ଼ ଇସ୍ତଫା ଦେଇଥିଲେ | ଏବଂ ଇସ୍ତଫା ପରେ କାହିଁକି ସେ ଚୁପଚାପ ସାର୍ବଜନୀନ ଜୀବନରୁ ଓ ମିଡିଆରୁ ଦୁରେଇ ରହିଲେ |
• 2025 ରେ ଧନକଡ଼ ହଠାତ୍ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ
• ସରକାରୀ ଭାବେ କୁହାଗଲା “ସ୍ୱାସ୍ଥ୍ୟ କାରଣ” ରୁ ସେ ପଦତ୍ୟାଗ କରିଛନ୍ତି
ସଞ୍ଜୟ ନିଜ ପୁସ୍ତକରେ ଏହାକୁ ସନ୍ଦେହଜନକ ଭାବରେ ପ୍ରସ୍ତୁତ ବର୍ଣନା କରିଛନ୍ତି |
ରାଉତ କହନ୍ତି, ଏହା କେବଳ ବାହ୍ୟ କାରଣ ଥିଲା ଅସଲ କାରଣ ଭୟଙ୍କର ରାଜନୈତିକ ଷଡଯନ୍ତ୍ର ଥିଲା |
“ସ୍ୱାଧୀନ ରାଜନୀତି”– ବିବାଦର ଆରମ୍ଭ
• ପୁସ୍ତକ ଅନୁସାରେ ଧନକଡ଼ କେତେକ ସମୟରେ ସରକାରଙ୍କୁ ଆଖିବୁଜି ଅଂଧଭକ୍ତ ଭଳି ଅନୁସରଣ କରୁନଥିଲେ
• ସେ ନିଜର ସ୍ୱାଧୀନ ରାଜନୀତିକ ମତ ଦେଖାଇବାକୁ ଆରମ୍ଭ କରିଥିଲେ
ଏହା ଶାସନ ବ୍ୟବସ୍ଥାରେ ଅସୁବିଧା ସୃଷ୍ଟି କରିଥିଲା ବୋଲି ବହିରେ ଲେଖାଯାଇଛି |
କାହାଣୀ କୁହେ, ଧନକଡ଼ ଏକ ଏମିତି ନେତା ଥିଲେ ଯିଏ ସତ୍ତାର ସହଯୋଗୀ ହୋଇ ସର୍ବଦା ସତ୍ତାର ଛାୟାରେ ରହିବାକୁ ଚାହୁଁନଥିଲେ।
ସେ କେବେ କେବେ ନିଜର ମତ ଖୋଲାମେଲା ଭାବରେ ନିଜର ଏକ ସ୍ୱାଧୀନ ସ୍ୱରକୁ ଦେଖାଇବା ଆରମ୍ଭ କରିଥିଲେ |
ଏହି ସ୍ୱର, ଧୀରେ ଧୀରେ, ଅସୁବିଧାର କାରଣ ହେଇଯାଇଥିଲା।
ED ଚାପର ଅଭିଯୋଗ (ସବୁଠାରୁ ବିବାଦସ୍ପଦ ଅଂଶ)
• ପୁସ୍ତକରେ ଗୁରୁତ୍ୱପୂର୍ଣ୍ଣ ଦାବି: Enforcement Directorate (ED) ଦ୍ୱାରା ଧନକଡ଼ଙ୍କୁ ଚାପ ଦିଆଯାଇଥିଲା
• ଧନକଡ଼ଙ୍କୁ ଡରେଇବା ପାଇଁ ଜମିଜମା ସମ୍ପର୍କିତ ଏକ ପୁରୁଣା ଫାଇଲ (property transaction) ଖୋଲାଯାଇଥିବା କଥା କୁହାଯାଇଛି
• ଇଡି ର ଅଭିଯୋଗ ଥିଲା ଧନକଡ଼ ଜୟପୁରରେ ଏକ ଘର ବିକ୍ରିର ଟଙ୍କା ବିଦେଶକୁ ବେଆଇନ ଭାବେ ପଠେଇଛନ୍ତି | ଏହା ଆଧାରରେ ED କେସ ତିଆରି ହୋଇଥିଲା |
ଇଡି ଏହି ଫାଇଲ ଦେଖାଇ ଚାପ ପକେଇଥିଲା ଓ ଧମକ ବି ଦେଇଥିଲା “ପଦ ଛାଡନ୍ତୁ, ନହେଲେ ତଦନ୍ତ ହେବ” ବୋଲି ସଞ୍ଜୟ ଲେଖିଛନ୍ତି |
ଇଡିର ନିର୍ଦେଶ ଥିଲା: “ସମୟ ଅଛି… ନିଷ୍ପତ୍ତି ନିଅନ୍ତୁ” । ପ୍ରଥମେ, ଧନକଡ଼ ପଛକୁ ହଟିଲେ ନାହିଁ।
ସେ ନିଜର ଦୃଢତା ଦେଖାଇଥିଲେ—
ଏକ ନେତାର ଗରିମା ସହିତ।
କିନ୍ତୁ ସମୟ ସହିତ, ଚାପ ବଢ଼ିଲା।
ନିରବ ଚାପ… ନିରନ୍ତର ଚାପ… ଶେଷରେ ଧଙ୍କଡ଼ ଚାପ ଆଗରେ ମୁଣ୍ଡ ନୁଆଇଁବାକୁ ବାଧ୍ୟ ହୋଇଥିଲେ |
ପ୍ରଥମେ ପ୍ରତିରୋଧ, ପରେ ପଦତ୍ୟାଗ
• ପୁସ୍ତକ ଅନୁସାରେ:
• ଧନକଡ଼ ପ୍ରଥମେ ଏହି ଚାପକୁ ମାନିନଥିଲେ
• କିନ୍ତୁ ପରେ ତଦନ୍ତ ଓ ଚାପ ବଢ଼ିଗଲା |
ଶେଷରେ: ସେ ଅସୁବିଧାରେ ପଡ଼ି ପଦତ୍ୟାଗ କରିବାକୁ ବାଧ୍ୟ ହେଲେ
“ରାଜନୀତି vs ତଦନ୍ତ ସଂସ୍ଥା”– ବଡ଼ ଗେମ୍
ଲେଖକ ସଞ୍ଜୟ ରାଉତ ଦାବି କରିଛନ୍ତି :
• କେନ୍ଦ୍ରୀୟ ତଦନ୍ତ ସଂସ୍ଥାମାନେ କେବଳ ଆଇନ ପାଇଁ ନୁହେଁ
• ସେଗୁଡିକ ରାଜନୀତିକ ଚାପ ସୃଷ୍ଟି ପାଇଁ ମଧ୍ୟ ବ୍ୟବହୃତ ହେଉଛି
ଧନକଡ଼ଙ୍କ ଘଟଣାକୁ “ଏକ ଉଦାହରଣ” ଭାବେ ଦେଖାଯାଇଛି|
ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ
• ଏହି ସମସ୍ତ ଦାବିଗୁଡିକ ପୁସ୍ତକର ଲେଖକ ସଞ୍ଜୟ ରାଉତ ଙ୍କ ମତ
• ସେଗୁଡିକ ସ୍ୱତନ୍ତ୍ର ଭାବେ ପ୍ରମାଣିତ ହୋଇନାହିଁ
• ଏହାକୁ ରାଜନୀତିକ ବିବାଦ ଭାବେ ଦେଖାଯାଇଛି





