ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ବଢୁଛି ଚିନ୍ତା । ଚଳିତ ଜାନୁଆରୀ ମାସ ଆରମ୍ଭରୁ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମିତ ସଂଖ୍ୟା । ରାଜଧାନୀର ଅନେକ ଅଞ୍ଚଳକୁ କଣ୍ଟେନ୍ତ୍ମେଣ୍ଟ ଜୋନ ଘୋଷଣା କରାଯାଇଥିବା ବେଳେ ଏବେ ରବିବାର କଟକ SCB ନର୍ସିଂ ହଷ୍ଟେଲରୁ ଏକା ସାଙ୍ଗରେ ୨୮ ଜଣ ଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ଏବେ ହଷ୍ଟେଲ ଆଇସୋଲେସନରେ ରଖାଯାଇଛି ବୋଲି ଜଣାପଡ଼ିଛି ।
SCB ନର୍ସିଂ ହଷ୍ଟେଲରେ 28 ଛାତ୍ରୀ ପଜିଟିଭ ହଷ୍ଟେଲରେ ରହୁଥିବା ଅନ୍ୟ ମାନଙ୍କର ମଧ୍ୟ କୋଭିଡ଼ ଟେଷ୍ଟ କରାଯିବ ବୋଲି ସୂଚନା ରହିଛି । ତେବେ ରାଜ୍ୟରେ କିଛି ଦିନ ଧରି ହୁ ହୁ ହୋଇ ସଂକ୍ରମଣ ବଢି ଚାଲିଥିବା ବେଳେ ଗତ ୪ ଦିନ ହେବ ସଂକ୍ରମଣ ସଂଖ୍ୟା ୯୦୦ରୁ ୫ ହଜାର ମୁହାଁ ହେଲାଣି । ଆଜି(ରବିବାର) କଟକରେ ମଧ୍ୟ 360 ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ଏଭଳି ଶିକ୍ଷାନୁଷ୍ଠାନରେ ସଂକ୍ରମଣ ବଢୁଥିବା ଦେଖିବାକୁ ମିଳିଛି । ସୁନ୍ଦରଗଡ଼ର ନବୋଦୟ ବିଦ୍ୟାଳୟରେ ମଧ୍ୟ ଅନେକ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଥିଲେ । ଅନ୍ୟପଟେ ରବିବାର ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୭୧୪ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।





