ସ୍କୁଲ ଛାତ୍ରଛାତ୍ରୀ ଗାଡି ଚଳାଉଥିଲେ ସାବଧାନ; ଏଥର କଡାକଡ଼ି ହେବ ଯାଞ୍ଚ, ୨୫ ହାଜର ପର୍ଯ୍ୟନ୍ତ ଫାଇନ ସହ ୨୫ ବର୍ଷ ପର୍ଯ୍ୟନ୍ତ ମିଳିବନି ଲାଇସେନ୍ସ

ଭୁବନେଶ୍ୱର,୨୭/୩ (ସତ୍ୟପାଠ ବ୍ୟୁରୋ): ସ୍କୁଲ ଛାତ୍ରଛାତ୍ରୀ ଗାଡି ଚଳାଉଥିଲେ ସାବଧାନ। ଆସନ୍ତା କାଲିଠାରୁ ଯାଞ୍ଚ ପ୍ରକ୍ରିୟା କଡାକଡ଼ି ହେବ। ଏପ୍ରିଲ ପ୍ରଥମ ସପ୍ତାହ ଶେଷ ପର୍ଯ୍ୟନ୍ତ ଏହି ସ୍ପେଶାଲ ଡ୍ରାଇଭ ଚାଲିବ। ମୋଟର ଆଇନ ୧୯-ଇ ଆଧାରରେ ନିୟମ ଉଲଙ୍ଘନକାରୀଙ୍କ ଉପରେ କଡା କାର୍ଯ୍ଯ ଅନୁଷ୍ଠାନ ହେବ। ୨୫ ହାଜର ଟଙ୍କା ପର୍ଯ୍ଯନ୍ତ ମଧ୍ୟ ଫାଇନ ଦେବାକୁ ପଡ଼ିବ। ଏହା ସହ ଗାଡି ମାଲିକ କିମ୍ବା ଅଭିଭାବକଙ୍କୁ ଜେଲ ଦଣ୍ଡଭୋଗିବାକୁ ମଧ୍ଯ ପଡିପାରେ। ଏଥିସହ ୨୫ ବର୍ଷ ପର୍ଯ୍ଯନ୍ତ ସମ୍ପୃକ୍ତ ନବାଳକଙ୍କୁ ମିଳିବନି ଗାଡି ଲାଇସେନ୍ସ ।

ସେହିଭଳି ଗତ ତିନିଦିନ ହେବ ମଦ୍ୟପ ଗାଡିଚାଳକ ଉପରେ ପାରିବହନ ବିଭାଗର କଡା କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିଛି। ସାରା ରାଜ୍ୟରେ ମୋଟ ୭୬୩ କେଶ ହୋଇଛି। ସମସ୍ତଙ୍କୁ ଜେଲ କଷ୍ଟଡିକୁ ପଠାଇବା ପାଇଁ ପକ୍ରିୟା ଆରମ୍ଭ ହୋଇଛି । ଆସନ୍ତା କାଲି ସାରା ରାଜ୍ୟରେ ପୁଣି ଯାଞ୍ଚ କରାଯିବ। ମୁଖ୍ୟତଃ ଗାଡି ଚଲାଉଥିବା ସମୟରେ ନିଶା ସେବନ କରିବା, ବିନା ହେଲମେଟରେ ଗାଡି ଚଳାଇବା, ଦ୍ରୁତ ଗତିରେ ଗାଡି ଚଳନା ଉପରେ ନଜର ରଖାଯିବ। ଏପ୍ରିଲ ୧ରୁ ୭ ତାରିଖ ପର୍ଯ୍ୟନ୍ତ ପରିବହନ ବିଭାଗ ରାସ୍ତାରେ ଜିରୋ କାଜୁୟାଲିଟି ଉପରେ ଅଧିକ ଫୋକସ ଦେଇଛି। ଏହି ୭ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲା ମଧ୍ଯରେ ଚଢ଼ାଉ କରାଯିବ। ଏ ନେଇ ଅତିରିକ୍ତ ପରିବହନ କମିଶନର ଲାଲମୋହନ ସେଠି ସୂଚନା ଦେଇଛନ୍ତି।

Related Posts