ଭୁବନେଶ୍ୱର,୨୦/୫(ସତ୍ୟପାଠ ବ୍ୟୁରୋ): ଆଜି ଓଡ଼ିଶାରେ ଦିତୀୟ ପର୍ଯ୍ୟାୟ ଭୋଟିଂ । ଓଡିଶାର ୫ ସଂସଦୀୟ କ୍ଷେତ୍ର ସହ ଆଜି ୩୫ ବିଧାନସଭା ଆସନ ପାଇଁ ପଡୁଛି ଭୋଟ୍ । ମିଳିଥିବା ସୂଚନା ମୁତାବକ, ସକାଳ ୯ଟା ସୁଦ୍ଧା ମୋଟ ୬.୯୯ ପ୍ରତିଶତ ଭୋଟ୍ ପଡିଛି । ବରଗଡ ସଂସଦୀୟ କ୍ଷେତ୍ରରେ ସର୍ବାଧିକ ୯.୩୨% ଭୋଟ୍ ପଡିଛି । ଏହାସହ ଆସ୍କା ସଂସଦୀୟ କ୍ଷେତ୍ରରେ ୭.୬୨%, ବଲାଙ୍ଗୀରରେ ୫.୭୬% ଏବଂ କନ୍ଧମାଳରେ ୬.୭୯ % ମତଦାନ ହେଇଛି ।ଏହାସହ ସୁନ୍ଦରଗଡ ସଂସଦୀୟ କ୍ଷେତ୍ରରେ ସକାଳ ୯ଟା ସୁଦ୍ଧା ୪.୮୯ ପ୍ରତିଶତ ମତଦାନ ହେଇଥିବା ନେଇ ସୂଚନା ମିଳିଛି ।





