ବରିଷ୍ଠ ଆଇନଜୀବି ପିତାମ୍ବର ଆଚାର୍ଯ୍ୟ ହେଲେ ନୂତନ ଆଡଭୋକେଟ୍ ଜେନେରାଲ

ଭୁବନେଶ୍ୱର,୧୯/୭(ସତ୍ୟପାଠ ବ୍ୟୁରୋ):  ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଛି ବଡ଼ ଦାୟିତ୍ବ । ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟଙ୍କୁ ଆଡଭୋକେଟ ଜେନେରାଲ(ଏଜି) ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟଙ୍କୁ ନୂଆ ଏଜି ଭାବେ ରାଜ୍ୟପାଳ ରଘୁବର ଦାସ ନିଯୁକ୍ତି ଦେଇଥିବା ଆଇନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପିତାମ୍ବର ଆଚାର୍ଯ୍ୟଙ୍କ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ଗଜରାଜପୁରରେ ଜନ୍ମ ଗ୍ରହଣ କରିଥିଲେ। ଭୁବନେଶ୍ୱର ୟୁନିଭର୍ସିଟି ଲ କଲେଜରୁ ସେ ଏଲଏଲବି ପାସ କରିବା ପରେ ସେ ଓକିଲାତି କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରରାଜନୀତିରୁ ସକ୍ରିୟ ରହିବା ସହ ରାଜ୍ୟ ରାଜନୀତିରେ ଜଣେ ପ୍ରତିଷ୍ଠିତ ଚେହେରା। 

ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ହିଞ୍ଜିଳିରୁ ନିର୍ବାଚନ ଲଢ଼ିଥିଲେ। ବିଜେପିର ଜଣେ ବରିଷ୍ଠ ନେତା ଭାବେ ରାଜ୍ୟ ବିଜେପିର ଅନେକ ଗୁରୁଦାୟିତ୍ୱ ମଧ୍ୟ ନିର୍ବାହ କରିଛନ୍ତି ଶ୍ରୀ ଆଚାର୍ଯ୍ୟ। ତେବେ ୨୦୨୪ ନିର୍ବାଚନରେ ପିତାମ୍ବର ଆଚାର୍ଯ୍ୟ ବିଧାନସଭା ନିର୍ବାଚନ ଲଢ଼ି ନଥିଲେ।

Related Posts