ସିନିୟରମାନେ ରୁମକୁ ଡାକି କରାଉଥିଲେ ବଡି ମସାଜ, ସଫା କରିବାକୁ ଦେଉଥିଲେ ଡ୍ରେସ: ଦୂତୀ ଚାନ୍ଦ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପ୍ରଥମ ବର୍ଷ କଳା ଛାତ୍ରୀ ରୁଚିକା ଆତ୍ମହତ୍ୟା ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବାବେଳେ ରାଗିଂକୁ ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ଅଲିମ୍ପିଆନ ଦୂତୀ ଚାନ୍ଦ । ତେବେ ମୋ ସମୟରେ ବି ସ୍ପୋଟର୍ସ ହଷ୍ଟେଲରେ ରାଗିଂ ହେଉଥିଲା । ସିନିୟରମାନେ ରୁମକୁ ଡାକିକି ବଡି ମସାଜ କରାଉଥିଲେ । ନିଜର ସବୁ ଡ୍ରେସ ଧୋଇ ସଫା ବି କରିବା ପାଇଁ କହୁଥିଲେ । ଦୀର୍ଘ ୩ବର୍ଷ ଧରି ନିଜେ ଏହି ସିନିୟର ମାନଙ୍କ ଦ୍ୱାରା ରାଗିଂର ଶିକାର ହୋଇଛନ୍ତି । ଜୁନିୟର ବୋଲି ସିନିୟରମାନେ ତାଙ୍କୁ ନିର୍ଯାତନା ଦେଉଥିଲେ ।

କିନ୍ତୁ କାହାକୁ ବି ମନର କଥା କହି ହୁଏନି ବୋଲି କହିଛନ୍ତି। ଅନ୍ୟପଟେ ଗତକାଲି ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା କରିବା ପରେ ରହସ୍ୟ ବଢୁଛି, ହଷ୍ଟେଲରେ ଚାଲିଥିବା ରାଗିଂକୁ ନେଇ ଗୁମର ଧିରେ ଧିରେ ଖୋଲୁଛି । ଗତକାଲି ହଷ୍ଟେଲର ଜଣେ ଅନ୍ତଃବାସୀ ଫୋନ ଯୋଗେ ହଷ୍ଟେଲରେ ଚାଲିଥିବା ସିନିୟରଙ୍କ ରାଗିଂ ଏବଂ ସୁପରିଟେଣ୍ଡେଣ୍ଟଙ୍କ ବାବଦରେ କହିଥିବା ବେଳେ ଆଜି ଦୂତୀ ଚାନ୍ଦ ରାଗିଂକୁ ନେଇ ସାଂଘାତିକ୍ ଅଭିଯୋଗ ଆଣିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍ ଧରିଛି ।

Related Posts