ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଲେ ସହିଦ ନଗର ଥାନା ASI। ୧୫ ହଜାର ଟଙ୍କାଲାଞ୍ଚ ନେବା ବେଳେ ସହିଦ ନଗର ଥାନା ASI ମମତା ବସ୍ତିଆଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। ଭିଜିଲାନ୍ସ ମମତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛି।
ମିଳିଥିବା ସୂଚନା ଅନୁସାରେ ମମତା ଏକ ମାମଲାରେ ସହଯୋଗ ପାଇଁ ଏତଲାକାରୀଙ୍କ ଠାରୁ ଆଜି ଲାଞ୍ଚ ନେଉଥିଲେ। ଏନେଇ ଏତଲାକାରୀ ଜଣଙ୍କ ପୂର୍ବରୁ ଭିଜିଲାନ୍ସଙ୍କୁ ଅବଗତ କରାଇଥିଲେ। ଭିଜିଲାନ୍ସ ପୂର୍ବ ଯୋଜନା ମୁତାବକ ଛକି ରହିଥିଲେ। ଆଜି ମମତା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ପରେ ଭିଜିଲାନ୍ସ ତାଙ୍କର ଘର ଓ କାର୍ଯ୍ୟାଳୟରେ ଚଢ଼ାଉ କରିଛି। ଚଢ଼ାଉ ବେଳେ ମମତାଙ୍କ ଘରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି। ଏହା ସହ ମମତାକୁ ଭିଜିଲାନ୍ସ ଅଧିକାରୀମାନେ ମୁଖ୍ୟ କାର୍ଯ୍ୟାଳୟକୁ ନେଇ ପଚରାଉଚରା କରୁଥିବା ଜଣାପଡ଼ିଛି। ପୂର୍ବରୁ ମଧ୍ୟ ମମତାଙ୍କ ନାଁରେ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା।





